fbpx

Online Ph.D ପ୍ରତି ସତର୍କ ରୁହନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ନୋଟିସ୍ ଜାରି କଲେ UGC ଓ AICTE

ନୂଆଦିଲ୍ଲୀ: ଆଜିକାଲି ପିଏଚ.ଡି ଡିଗ୍ରୀକୁ ନେଇ ଅନେକ ଠକାମି ହେଉଥିବାର ଦେଖିବାକୁ ମିଳୁଛି । ଏନେଇ ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ଓ ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଏକ ଛୋଟ ଭୁଲ ପାଇଁ ଜଣେ ବିଦ୍ୟାର୍ଥୀଙ୍କ କ୍ୟାରିୟର ବର୍ବାଦ ହୋଇପାରେ । ଅନେକ ପିଲା ଏପରି କିଛି ସଂସ୍ଥାରୁ ପିଏଚ.ଡି କରିଥାନ୍ତି, ଯାହା କି ଭାରତରେ ବୈଧ ହୋଇନଥାଏ । ତେଣୁ ଏନେଇ ସତର୍କ ରହିବାକୁ ଚେତାବନୀ ଦିଆଯାଇଛି ।

ୟୁଜିସି ଓ ଏଆଇସିଟିଇ ମୁତାବକ, ଛାତ୍ରଛାତ୍ରୀମାନେ ଅନଲାଇନ୍ ଏଡୁଟେକ କମ୍ପାନୀଙ୍କ ଜରିଆରେ ପିଏଚ.ଡି କରନ୍ତୁ ନାହିଁ । ଯେ କୌଣସି ବିଦେଶୀ ୟୁନିଭରସିଟି ସହିତ ମିଶି ଏହି କମ୍ପାନୀମାନେ ପିଏଚ.ଡି ଡିଗ୍ରୀ ପ୍ରଦାନ କରିଥାନ୍ତି, ଯାହାକି ଭାରତରେ ବୈଧ ହୋଇନଥାଏ । ସେମାନେ ଆଶାୟୀଙ୍କୁ ଅନଲାଇନ ବିଜ୍ଞାପନ ଜରିଆରେ ପ୍ରଲୋଭିତ କରିବାକୁ ଉଦ୍ୟମ କରିଥାନ୍ତି । ଏ ବାବଦରେ ୟୁଜିସିର ଅଫିସିଆଲ ୱେବସାଇଟ https://www.ugc.ac.in/ରେ ନୋଟିସ ଜାରି କରାଯିବା ସହ ଟ୍ୱିଟର ହ୍ୟାଣ୍ଡେଲରେ ମଧ୍ୟ ପୋଷ୍ଟ ଶେୟାର କରାଯାଇଛି ।

ଶିକ୍ଷାର୍ଥୀମାନେ ପିଏଚ.ଡି କୋର୍ସରେ ଆଡମିସନ କରିବା ପୂର୍ବରୁ ଏପରି ଶିକ୍ଷାନୁଷ୍ଠାନର ଡିଗ୍ରୀ ବିଷୟରେ ଭଲ ଭାବେ ଯାଞ୍ଚ କରି ନେବା ଦରକାର । ଏଥିପାଇଁ ଛାତ୍ରଛାତ୍ରୀମାନେ ୟୁଜିସି ପିଏଚଡି ରେଗୁଲେସନ ୨୦୧୬କୁ ଥରେ ଭଲଭାବେ ପଢ଼ିନେବା ଦରକାର । ନିୟମ ଦୃଷ୍ଟିରୁ ଏପରି ଅନଲାଇନ ପ୍ରୋଗ୍ରାମକୁ ସ୍ୱୀକୃତି ପ୍ରଦାନ କରାଯାଇନାହିଁ । ଯେ କୌଣସି କୋର୍ସରେ ପ୍ରବେଶ ପୂର୍ବରୁ ‘ୟୁଜିସି (ମିନିମମ ଷ୍ଟାଣ୍ଡାର୍ଡସ ଆଣ୍ଡ ପ୍ରୋସିଜିଓର ଫର ଆୱାର୍ଡ ଅଫ୍ ଏମ.ଫିଲ / ପିଏଚ.ଡି ଡିଗ୍ରିସ) ରେଗୁଲେସନ୍ସ, ୨୦୧୬କୁ ଥରେ ଚେକ୍ କରିନେବା ଉଚିତ ବୋଲି କୁହାଯାଇଛି ।

Get real time updates directly on you device, subscribe now.