fbpx

BJDରେ ମିଶିବେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ: କହିଲେ ମୁଁ ପୁରୁଣା ଘରକୁ ଫେରିଯିବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର କ୍ଷେତ୍ର ପ୍ରସ୍ତୁତ କରିବାରେ ବ୍ୟସ୍ତ । ତେବେ ଏହା ମଧ୍ୟରେ ରାଜନେତାଙ୍କର ଦଳବଦଳ ଋତୁ ଆରମ୍ଭ ହୋଇଯିବ । କିଛି ନେତା ଅସନ୍ତୁଷ୍ଟ କାରଣରୁ କିଛି ଦଳ ପରିତ୍ୟାଗ କରିବେ ଓ ଆଉ କିଛି ନୂଆ ନେତା ଫାଇଦା ଲକ୍ଷ୍ୟରେ ନୂଆ ପାର୍ଟି ସହିତ ସାମିଲ ହେବେ ।

ତେବେ ଏହା ମଧ୍ୟରେ ରାଜ୍ୟର ଜଣେ ପୂର୍ବତନ ବିଧାୟକ ତଥା ଟାଣୁଆ ନେତାଙ୍କୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ସୁନ୍ଦରଗଡ଼ ଜିଲ୍ଲାର ଜଣେ ଟାଣୁଆ ରାଜନେତା ତଥା ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଖୁବଶୀଘ୍ର ବିଜେଡିରେ ଯୋଗଦେବେ । ସେ ବିଜେଡିରେ ମିଶିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିବା ଜଣାପଡ଼ିଛି । ଆସନ୍ତା ମାର୍ଚ୍ଚ ମାସରେ ସେ ତାଙ୍କର ହଜାର ହଜାର ସମର୍ଥକଙ୍କ ସହ ବିଜେଡିରେ ଯୋଗଦେବେ ବୋଲି କହିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଜର୍ଜ ପୂର୍ବରୁ ବୀରମିତ୍ରପୁରରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ସୁନ୍ଦରଗଡ଼ର ଜଣେ ଟାଣୁଆ ଆଦିବାସୀ ନେତା ଭାବେ ବେଶ୍ ପରିଚିତ । ଜର୍ଜ ପୂର୍ବରୁ ଜେଏମଏମ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଗତ ୨୦୦୬ ମସିହାରେ ସେ ବିଜେଡି ଛାଡ଼ିଥିବା ବେଳେ ଗତବର୍ଷ ଏପ୍ରିଲ ମାସରେ ସେ କଂଗ୍ରେସ ଛାଡ଼ିଥିେଲେ । ତେବେ ସେ ତାଙ୍କର ପୁରୁଣା ଘରକୁ ଫେରିଯିବେ । ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ତାଙ୍କର ସମସ୍ତ ସମର୍ଥକମାନେ ମଧ୍ୟ ତାଙ୍କ ସହ ବିଜେଡିରେ ଯୋଗଦେବେ ବୋଲି ଜର୍ଜ କହିଛନ୍ତି ।

Get real time updates directly on you device, subscribe now.