fbpx
BJD SKY
BJD SKY

ରାଜ୍ୟ ବିଧାନସଭାର ପୂର୍ବତନ ବିଧାୟକଙ୍କ ପରଲୋକ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ରାଜନୈତିକ ଦଳମାନେ ଆଗାମୀ ନିର୍ବାଚନରେ କ୍ଷମତା ଦଖଲ ଲକ୍ଷ୍ୟରେ ନିଜ ନିଜ ସଂଗଠନକୁ ଅଧିକ ମଜବୁତ ପାଇଁ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି । ବିଜେଡି ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ନେଇ ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ ବିଜେପି ଓ କଂଗ୍ରେସ ଏଥର ସରକାର ବଦଳାଇବା ଲକ୍ଷ୍ୟରେ ରହିଛନ୍ତି ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ରାଜ୍ୟ ରାଜନୀତି ସହ ଜଡ଼ିତ ଜଣେ ରାଜନେତାଙ୍କର ବିୟୋଗ ଘଟିଛି । ରାଜ୍ୟର ଜଣେ ପୂର୍ବତନ ବିଧାୟକଙ୍କର ପରଲୋକ ଘଟିଛି । ଆଠଗଡ଼ ଓ ଟାଙ୍ଗୀ-ଚୌଦ୍ୱାରର ପୂର୍ବତନ ବିଧାୟକ ରସାନନ୍ଦ ସାହୁଙ୍କର ପରଲୋକ ଘଟିଛି । ଦୀର୍ଘଦିନ ଧରି ରସାନନ୍ଦ ଅସୁସ୍ଥ ରହିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।

ପୂର୍ବତନ ବିଧାୟକଙ୍କ ମୃତ୍ୟୁ ଖବର ପାଇ ଆଠଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , କଂଗ୍ରେସ ନେତା ବିଭୂତିଭୂଷଣ ମିଶ୍ର, ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ସମେତ ବହୁ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କୁ ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ୧୯୩୭ ମସିହାରେ ଆଠଗଡ଼ ବ୍ଳକ ଅନ୍ତର୍ଗତ ଗୁରୁଡ଼ିଝାଟିଆ ଥାନା କାଦୁଆ ନୂଆଗାଁ ଗ୍ରାମରେ ରସାନନ୍ଦ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୦ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୭ରୁ ୧୯୦୯ ପର୍ଯ୍ୟନ୍ତ ସେ ଟାଙ୍ଗି-ଚୌଦ୍ୱାରର ବିଧାୟକ ହୋଇଥିଲେ ।

Get real time updates directly on you device, subscribe now.