fbpx
BJD SKY
BJD SKY

କିଡନୀକୁ ଦୁର୍ବଳ କରିପାରନ୍ତି ଏହି ସବୁ ଜିନିଷ: ଆଜି ହିଁ ବଦଳାନ୍ତୁ ନିଜର ଖାଦ୍ୟ ଅଭ୍ୟାସ

BJD

କିଡନୀ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କିନ୍ତୁ କିଛି ବଦଅଭ୍ୟାସ କାରଣରୁ ଆମ କିଡନୀ ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ ହୋଇଥାଏ । ଏଥିପାଇଁ ଆପଣଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡ଼ିଥାଏ । ଏପରି ପରିସ୍ଥିତିରେ, ଆପଣ ଖାଇବା ଅଭ୍ୟାସ ପ୍ରତି ଧ୍ୟାନ ଦେବା ଉଚିତ । ତେଣୁ, କିଛି ଖାଦ୍ୟ ଜିନିଷ ଅଛି ଯାହାଠାରୁ ଦୂରେଇ ରହିବା ଉଚିତ୍ । କାରଣ ଏପରି ଖାଦ୍ୟ ଆପଣଙ୍କ କିଡନୀକୁ ଦୁର୍ବଳ କରିପାରନ୍ତି ।

ଖାଦ୍ୟରେ ସୋଡ଼ା କମ କରନ୍ତୁ- ସୋଡା କିଡନୀର କ୍ଷତି କରି ସେମାନଙ୍କୁ ଦୁର୍ବଳ କରିଥାଏ । ତେଣୁ ସୋଡା ଖାଇବା ଠାରୁ ଯଥାସମ୍ଭବ ଦୂରେଇ ରହିବା ଉଚିତ୍ । କାରଣ ଏହାକୁ ଖାଇବା ଦ୍ୱାରା କିଡନୀ ନଷ୍ଟ ହୋଇପାରେ ।

ଆଭୋକାଡୋ ଖାଆନ୍ତୁ ନାହିଁ- ଓଜନ କମାଇବା ପାଇଁ ହେଉ ବିଭିନ୍ନ ଡାଏଟ ହେଉ ଅବା ସ୍ୱାଦ ପାଇଁ ଅନେକ ଲୋକ ଆଭୋକାଡୋ ଖାଇବାକୁ ବେଶ ପସନ୍ଦ କରିଥାନ୍ତି । କିନ୍ତୁ କିଡନୀର ସ୍ୱାସ୍ଥ୍ୟ ପାଇଁ ଆଭୋକାଡୋ ଖାଇବା ଉଚିତ୍ ନୁହେଁ । ଏଥିରେ ବହୁ ପରିମାଣର ପୋଟାସିୟମ୍ ଥାଏ ଯାହା କିଡନୀର କ୍ଷତି କରିଥାଏ ।

ତେଲ ଛଣା ଖାଦ୍ୟ କମ ଖାଆନ୍ତୁ- ନିତିଦିନିଆ ଖାଦ୍ୟରେ ତେଲ ଛଣା ଜିନିଷ ଖାଇବା ଉଚିତ୍ ନୁହେଁ । ଆଜିକାଲି ଅଧିକାଂଶ ଲୋକ ଫ୍ରାଏଡ଼ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ସବୁ ଖାଦ୍ୟ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ । ଏପରି ପରିସ୍ଥିତିରେ ଯଦି ଆପଣ ପ୍ରତିଦିନ ଫ୍ରାଏଡ଼ ଖାଦ୍ୟ ଖାଉଛନ୍ତି ତେବେ ଆଜି ହିଁ ସତର୍କ ହୋଇଯାଆନ୍ତୁ ।

ପିଜ୍ଜାଠାରୁ ଦୂରେଇ ରୁହନ୍ତୁ- ଆଜିକାଲି ଛୋଟ ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଇନଷ୍ଟାଣ୍ଟ ଫୁଡ଼ ହିସାବରେ ପିଜ୍ଜାକୁ ବେଶ ଆଦର କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ପିଜା ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ପିଜା ଖାଇବା ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ । ପିଜା ଖାଇବା ଦ୍ୱାରା ଆପଣଙ୍କ କିଡନୀକୁ ମଧ୍ୟ ପ୍ରଭାବିତ ହୋଇପାରେ ।

Get real time updates directly on you device, subscribe now.