fbpx
BSKY
BJD SHG SKY
BJD YOUTH SKY

ପୂର୍ବତନ JDU ଅଧ୍ୟକ୍ଷ ଆରସିପି ସିଂହ ବିଜେପିରେ ଯୋଗଦେଲେ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବାରେ ବ୍ୟସ୍ତ । ଏହି ପରିପ୍ରେକ୍ଷୀରେ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇ ଗଲାଣି । ତେବେ ଏହା ମଧ୍ୟରେ ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଆରସିପି ସିଂହ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ଶ୍ରୀ ସିଂହଙ୍କୁ ସ୍ୱାଗତ କରିଥିବା ଜଣାପଡ଼ିଛି ।

ତେବେ ଶ୍ରୀ ସିଂହ ଦୀର୍ଘ ୧୨ ବର୍ଷ ଧରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଅତ୍ୟନ୍ତ ଘନିଷ୍ଠ ଭାବେ ରହିଥିଲେ । ତେଣୁ ଏବେ ଶ୍ରୀ ସିଂହ ବିଜେପି ଛାଡ଼ିବା ପରେ ତାହା ଜେଡିୟୁ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିପାରେ । ଶ୍ରୀ ସିଂହଙ୍କର ଜେଡିୟୁର ସବୁସ୍ତରର ନେତାଙ୍କ ସହିତ ଉତ୍ତମ ସମ୍ପର୍କ ରହିଥିବାରୁ ତାହା ବିଜେପିକୁ ଫାଇଦା ଦେବାର ସମ୍ଭାବନା ରହିଛି । ଯଦିଓ ଶ୍ରୀ ସିଂହଙ୍କର ଏତେ ମାତ୍ରାରେ ଜନସମ୍ପର୍କ ନାହିଁ ତଥାପି ବିଜେପି ବ୍ୟାନର ତଳେ ସେ ଜେଡିୟୁର କ୍ଷତିସାଧନ କରିପାରନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୧୦ ମସିହା ପର୍ଯ୍ୟନ୍ତ ଶ୍ରୀ ସିଂହ ଜଣେ ଆଇଏଏସ୍ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ରାଜନୀତିରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସେ ସେହି ବର୍ଷ ଚାକିରିରୁ ଇସ୍ତଫା ଦେଇଥିଲେ । ସେ ଜେଡିୟୁରେ ସାମିଲ ହେବା ପରେ ନୀତିଶ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ । ୨୦୧୬ରେ ସେ ପୁଣି ଥରେ ରାଜ୍ୟସଭାକୁ ଯାଇଥିଲେ । ୨୦୨୦ରେ ଦଳ ତାଙ୍କୁ ଅଧ୍ୟକ୍ଷ ପଦରେ ବସାଇଥିଲା । ୨୦୨୧ରେ ସେ ମୋଦୀ ସରକାରରେ ମନ୍ତ୍ରୀ ପଦ ପାଇଥିଲେ ।

Get real time updates directly on you device, subscribe now.