fbpx

ପୁଣି ଜଣେ ରାଜନେତାଙ୍କ ବିୟୋଗ: ପୂର୍ବତନ ରାଜ୍ୟସଭା ସାଂସଦ ପ୍ରଭାତ ଝା’ଙ୍କ ପରଲୋକ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ପୁଣି ଆସିଛି ଏକ ଦୁଃଖଦ ଖବର । ଜେଡିୟୁ ରାଷ୍ଟ୍ରୀୟ ପ୍ରବକ୍ତା ରାଜୀବ ରଞ୍ଜନଙ୍କ ପରଲୋକ ଘଟିଥିବା ଖବର ଆଜି ସାମ୍ନାକୁ ଆସିଥିବା ବେଳେ ପୁଣି ଜଣେ ରାଜନେତାଙ୍କ ବିୟୋଗ ଘଟିଛି । ମଧ୍ୟପ୍ରଦେଶ ବିଜେପିର ପୂର୍ବତନ ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟଓଭା ସାଂସଦ ପ୍ରଭାତ ଝା ଆଉ ନାହାନ୍ତି । ଏନସିଆରର ମେଦାନ୍ତା ହସ୍ପିଟାଲରେ ପ୍ରଭାତ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଜଣେ ସାମ୍ବାଦିକ ଭାବେ ପ୍ରଭାତ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଭାତଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଗତ ମାସ ୨୯ ତାରିଖରେ ପ୍ରଭାତଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାରେ ଅବନତି ଦେଖାଦେବା କାରଣରୁ ତାଙ୍କୁ ଭୋପାଳରୁ ଗୁରୁଗ୍ରାମକୁ ଏୟାରଲିଫ୍ଟ କରାଯାଇଥିଲା । ସେ ପୂର୍ବରୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ମଧ୍ୟ ରହିଥିଲେ । ସେ ଦୀର୍ଘ ସମୟ ଧରି ପାର୍ଟିରେ ସାଇଡଲାଇନରେ ରହିଥିଲେ ।

Get real time updates directly on you device, subscribe now.