fbpx

ଫୋନ ଟ୍ୟାପିଙ୍ଗ ମାମଲାରେ ଫସିଲେ ତେଲେଙ୍ଗାନା ଇଣ୍ଟେଲିଜେନ୍ସ ବ୍ୟୁରୋର ପୂର୍ବତନ ଅଧ୍ୟକ୍ଷ, ଜାରି ହେଲା ଲୁକଆଉଟ ନୋଟିସ

ନୂଆଦିଲ୍ଲୀ: ତେଲେଙ୍ଗାନା ଇଣ୍ଟେଲିଜେନ୍ସ ବ୍ୟୁରୋର ପୂର୍ବତନ ଅଧ୍ୟକ୍ଷ ଟି ପ୍ରଭାକର ରାଓଙ୍କୁ ଫୋନ ଟ୍ୟାପିଙ୍ଗ ମାମଲାରେ ଅଭିଯୁକ୍ତ ନମ୍ବର ୱାନ ଭାବେ ନାମିତ କରାଯାଇଛି । ତାଙ୍କ ଉପରେ ଅଭିଯୋଗ ରହିଛି ଯେ, ତେଲେଙ୍ଗାନାର ପୂର୍ବତନ ବିଆରଏସ ସରକାରଙ୍କ ଆଦେଶ ଉପରେ ବିରୋଧୀ ନେତାମାନଙ୍କ ଫୋନକୁ ଅନୈତିକ ଭାବେ ଟ୍ୟାପ କରି ଇଲେକ୍ଟ୍ରୋନିକ ଡାଟା ସଂଗ୍ରହ କରାଯାଇଛି । ଟି ପ୍ରଭାବକର ରାଓଙ୍କ ବିଦେଶ ଚାଲିଯିବାର ମଧ୍ୟ ସନ୍ଦେହ ଦର୍ଶାଯାଇଛି । କୁହାଯାଉଛି ଯେ, ସେ ଆମେରିକାରେ ହୋଇପାରନ୍ତି । ତାଙ୍କ ନାମରେ ଲୁକଆଉଟ ନୋଟିସ ଜାରି କରାଯାଇଛି ।

ରିପୋର୍ଟ ମୁତାବକ ହାଇଦ୍ରାବାଦରେ ଟି ପ୍ରଭାକର ରାଓଙ୍କ ଘରର ଅନୁସନ୍ଧାନ କରାଯାଇଛି, ଏଥିସହ ପାଖାପାଖି ଅନ୍ୟ ସ୍ଥାନରେ ମଧ୍ୟ ତଦନ୍ତ କରାଯାଇଛି, ଯେଉଁଥିରେ ଶ୍ରବଣ ରାଓଙ୍କ ଅବାସ ମଧ୍ୟ ସାମିଲ ରହିଛି, ଯିଏ ଆଇ ନ୍ୟୁଜ ନାମକ ଏକ ତେଲୁଗୁ ଟିଭି ଚ୍ୟାନେଲ ଚଳାଉଛନ୍ତି । କୁହାଯାଉଛି ଯେ, ଶ୍ରବଣ ରାଓ ଫୋନ-ଟ୍ୟାପିଙ୍ଗ ଉପକରଣ ଏବଂ ସର୍ଭର ସ୍ଥାପନ କରିବାରେ ସାହାଯ୍ୟ କରିଛନ୍ତି ।

ଅନ୍ୟ ଜଣେ ପୋଲିସ କର୍ମଚାରୀ ରାଧା କିଶନ ରାଓଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଭାବେ ନାମିତ କରାଯାଇଛି ଏବଂ ତାଙ୍କ ପାଇଁ ଲୁକ୍ଆଉଟ୍ ନୋଟିସ ମଧ୍ୟ ଜାରି କରାଯାଇଛି। ରାଧା କିଶନ ରାଓ ସିଟି ଟାସ୍କ ଫୋର୍ସରେ କାର୍ଯ୍ୟ କରୁଥିଲେ।

ଏହି ମାମଲାରେ ତେଲେଙ୍ଗାନାର ଅନ୍ୟ ଅନେକ ପୋଲିସ ଅଧିକାରୀଙ୍କୁ ଯାଞ୍ଚ କରାଯାଉଛି। ଏହି ମାମଲାରେ ଅତିରିକ୍ତ ଏସପି ଭୁଜଙ୍ଗ ରାଓ ଏବଂ ଥିରୁପାଥାନା ଏବଂ ଡେପୁଟି ଏସପି ପ୍ରଣୀତ ରାଓଙ୍କୁ ଗିରଫ କରାଯାଇସାରିଛି।

ପୋଲିସର ସୂଚନାନୁସାରେ ଗତ ସପ୍ତାହରେ ଗିରଫ ହୋଇଥିବା ଭୁଜଙ୍ଗ ରାଓ ଏବଂ ତିରୁପଥାନା ବେସରକାରୀ ବ୍ୟକ୍ତିଙ୍କ ଉପରେ ବେଆଇନ ଭାବେ ସର୍ଭେ କରିବା ସହ ପ୍ରମାଣ ନଷ୍ଟ କରିଥିବା ସ୍ୱୀକାର କରିଛନ୍ତି।

Get real time updates directly on you device, subscribe now.