fbpx

ଏପ୍ରିଲ ୭ରେ ହେବ ଟ୍ରାନ୍ସଲେଟର ପ୍ରିଲିମିନାରୀ ପରୀକ୍ଷା: ଓଡ଼ିଶା ହାଇକୋର୍ଟ ପକ୍ଷରୁ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ଓଡ଼ିଶା ହାଇକୋର୍ଟ ତରଫରୁ ଟ୍ରାନ୍ସଲେଟର ବା ଅନୁବାଦକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀମାନେ ମାର୍ଚ୍ଚ ୩ରୁ ୧୭ ମଧ୍ୟରେ ଅନଲାଇନରେ ଆବେଦନ କରିଥିଲେ । ଏହି ପଦରେ ନିଯୁକ୍ତି ପାଇବା ପରେ ପ୍ରାର୍ଥୀଙ୍କୁ ଉଚ୍ଚ ହାରରେ ବେତନ ପ୍ରଦାନ କରାଯିବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯିବ । ତେବେ ଉକ୍ତ ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ ।

ଓଡ଼ିଶା ହାଇକୋର୍ଟ ପକ୍ଷରୁ ପ୍ରକାଶିତ ନୋଟିଫିକେସନ ମୁତାବକ, ଏପ୍ରିଲ ମାସ ୭ ତାରିଖରେ ଅନୁବାଦକ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୯ଟାରୁ ୧୧ଟା ମଧ୍ୟରେ ଓଡ଼ିଶା ହାଇକୋର୍ଟର କନଭେନସନ ହଲରେ ଏହି ପରୀକ୍ଷା କରାଯିବ । ଯୋଗ୍ୟ ପ୍ରାର୍ଥୀମାନେ ନିଜ ନିଜର ଓରିଜିନାଲ ଆଧାର କାର୍ଡ ସହ ସକାଳ ୮ଟାରେ ରିପୋର୍ଟ କରିବାକୁ ପଡ଼ିବ । ପ୍ରାର୍ଥୀମାନେ ଆସନ୍ତା ୨୫ ତାରିଖ ସକାଳ ୧୦ଟା ପରଠାରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ପ୍ରିଲିମ୍ସ ପାଇଁ ଯୋଗ୍ୟ ମୋଟ ୧୪୯ ଜଣ ପ୍ରାର୍ଥୀଙ୍କର ତାଲିକା ଜାରି କରାଯାଇଛି ।

ପ୍ରିଲିମ୍ସ ପରୀକ୍ଷା ଡିଟେଲ୍ସ ଲିଙ୍କ: https://www.orissahighcourt.nic.in/recruitment-corner-pdf-view/198/

Get real time updates directly on you device, subscribe now.