fbpx

ଗାଜାରେ ତତ୍କାଳ ଯୁଦ୍ଧ ବିରାମ ପାଇଁ ୟୁଏନ ସୁରକ୍ଷା ପରିଷଦରେ ପ୍ରସ୍ତାବ ପାରିତ: ଭୋଟିଂରୁ ଦୂରେଇ ରହିଲା ଆମେରିକା

ନୂଆଦିଲ୍ଲୀ: ଗାଜାରେ ତତ୍କାଳ ଯୁଦ୍ଧ ବିରାମ ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ପ୍ରସ୍ତାବ ପାରିତ ହୋଇଛି । ଏଥିପାଇଁ କରାଯାଇଥିବା ଭୋଟିଂରୁ ଆମେରିକା ଦୂରେଇ ରହିଥିଲା । ଏହି ପ୍ରସ୍ତାବ ସପକ୍ଷରେ ୧୪ଟି ଭୋଟି ଭୋଟ ଆସିଥିବା ବେଳେ କେବଳ ଆମେରିକା ଏକମାତ୍ର ରାଷ୍ଟ୍ର ଭାବେ ଭୋଟିଂରୁ ଦୂରେଇ ରହିଥିଲା । ଏହି ସଂକଳ୍ପନାମାରେ ହମାସ ଦ୍ୱାରା ବନ୍ଧକ ଥିବା ସମସ୍ତ ବ୍ୟକ୍ତଙ୍କୁ ମୁକ୍ତ କରିବାକୁ କୁହାଯାଇଛି । ୟୁଏନଏସସି ଦ୍ୱାରା ପାରିତ ହୋଇଥିବା ପ୍ରସ୍ତାବଗୁଡ଼ିକ ଆଇନଗତ ଭାବେ ବାଧ୍ୟତାମୂଳକ ଅଟେ । ତେଣୁ ଏହି ନିର୍ଦ୍ଦେଶନାମାକୁ ପାଳନ କରିବା ଆବଶ୍ୟକ ବୋଲି କୁହାଯାଇଛି ।

ତେବେ ଏହି ପ୍ରସ୍ତାବ ଅବଶ୍ୟ ଲାଗୁ ହେବା ଉଚିତ ବୋଲି ୟୁଏନଏସସି ମହାସଚିବ ଏଣ୍ଟୋନିୟୋ ଗୁଟେରେସ କହିଛନ୍ତି । ସୁରକ୍ଷା ପରିଷଦରେ ଗାଜାର ବହୁପ୍ରତୀକ୍ଷିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଉକ୍ତ ପ୍ରସ୍ତାବରେ ତତ୍କାଳ ଯୁଦ୍ଧବିରାମ ଓ ସମସ୍ତ ବନ୍ଧକଙ୍କୁ ତକ୍ରାଳ ଭାବେ ବିନା ଶର୍ତ୍ତରେ ମୁକ୍ତ କରିବାକୁ ଦାବି କରାଯାଇଛି । ବିଫଳତା କ୍ଷମା ଯୋଗ୍ୟ ହେବ ନାହିଁ । ଗୁଟେରେସ ସୋସିଆଲ ମିଡ଼ିଆ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଏହା ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଗାଜାରେ ବନ୍ଦୀ ଭାବେ ରହିଥିବା ଲୋକଙ୍କୁ ମୁକ୍ତି ପାଇଁ ଆମେରିକା ଲଗାତର ଭାବେ ଦାବି କରି ଆସୁଥିଲା । ତେବେ ୟୁନିଏସସ ପକ୍ଷରୁ ପାରିତ ହୋଇଥିବା ପ୍ରସ୍ତାବରେ ବନ୍ଧକଙ୍କୁ ମୁକ୍ତି ନେଇ ମଧ୍ୟ ଦାବି କରାଯାଇଥିଲା । ମାତ୍ର ଉକ୍ତ ଭୋଟିଂରୁ ଆମେରିକା ଦୂରେଇ ରହିଥିଲା । ଏହା ପୂର୍ବରୁ ସୁରକ୍ଷା ପରିଷଦରେ ଆମେରିକା ଏକ ପ୍ରସ୍ତାବ ଆଗତ କରିଥିଲା । ଉକ୍ତ ପ୍ରସ୍ତାବକୁ ଋଷ ଓ ଚୀନ ଭିଟୋ ଦ୍ୱାରା ଅଟକାଇ ଦେଇଥିଲେ । ଉକ୍ତ ପ୍ରସ୍ତାବରେ ‘ତତ୍କାଳ ଓ ନିରନ୍ତର ସଂଘର୍ଷ ବିରାମ’ ଯୁଦ୍ଧ ବିରାମର ଦାବି କରାଯାଇଥିଲା ।

Get real time updates directly on you device, subscribe now.