fbpx

ଏଣିକି ଆମେରିକାରେ ମିଳିବ ଅମୁଲ ପ୍ରଡକ୍ଟ, ପ୍ରଥମ ଥର ପାଇଁ ଦେଶ ବାହାରେ ବ୍ୟବସାୟ କରିବ କମ୍ପାନୀ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଡେୟରୀ କମ୍ପାନୀ ଅମୁଲ ପ୍ରଥମ ଥର ପାଇଁ ଭାରତ ବାହାରେ ଦୁଗ୍ଧ ବିକ୍ରି କରିବ । ଗୁଜରାଟ ସହକାରୀ ଦୁଗ୍ଧ ମାର୍କେଟିଙ୍ଗ ମହାସଂଘ ଗୋଟିଏ ସପ୍ତାହ ମଧ୍ୟରେ ଆମେରିକାରେ ୪ଟି କିସମର ଦୁଗ୍ଧ ପ୍ରଦାନ କରିବ । ଏହାରି ମାଧ୍ୟମରେ କମ୍ପାନୀର ଉଦ୍ଦେଶ୍ୟ ହେଉଛି ଭାରତ ବାହାରେ ଥିବା ଭାରତୀୟ ଏବଂ ଏସିଆ ଲୋକଙ୍କୁ ଦୁଗ୍ଧ ଆବଶ୍ୟକ ପାଇଁ ଏଭଳି ନିଷ୍ପତ୍ତି ନେଇଛି ।

ଜିସିଏମଏମଏଫର ପ୍ରବନ୍ଧ ନିର୍ଦ୍ଦେଶକ ଜୟେନ ମେହତା ସମାଚାର ଏଜେନ୍ସି ପିଟିଆଇ ସହ କଥା ହୋଇ କହିଛି ଯେ, ଆମେ ଅନେକ ଦଶନ୍ଧିରୁ ଡେୟରୀ ଉତ୍ପାଦକୁ ରପ୍ତାନୀ କରୁଛୁ । ଏହା ପ୍ରଥମ ଥର ପାଇଁ ଆମେ ଭାରତ ବାହାରେ ତାଜା କ୍ଷୀର ପ୍ରଦାନ କରୁଛୁ । ଆମେରିକା ବଜାରରେ ତାଜା ଦୁଗ୍ଧର ପ୍ରଦାନ କରିବା ଲାଗି ୧୦୮ ବର୍ଷ ପୁରୁଣା ସହକାରୀ ସଂଗଠନ ମିଚିଗାନ ମିଲ୍କ ପ୍ରଡ୍ୟୁସର୍ସ ଆସୋସିଏସନ ସହିତ ଜିସିଏମଏମଏଫ ମିଚିଗାନ ଦୁଗ୍ଧ ଉତ୍ପାଦକ ସଂଘ ସହିତ ଚୁକ୍ତିନାମା କରିଛି । ସେ କହିଛନ୍ତି ଯେ, ଦୁଗ୍ଧ ସଂଗ୍ରହ ଏବଂ ପ୍ରସଂସ୍କରଣ ଏମଏମପିଏ କରିବ, ଯାହା ଜିସିଏମଏମଏଫ ବିପଣନ ଏବଂ ବ୍ରାଣ୍ଡିଙ୍ଗ କରିବ ।

Get real time updates directly on you device, subscribe now.