fbpx

ରାଜ୍ୟ ସଂଗ୍ରହାଳୟରେ ଉଦଘାଟନ ହେବ ବିଶାଳକାୟ ଡାୟନୋସର: ପ୍ରତିଦିନ ଚାଲିବ ଏଲଇଡି ଶୋ’, ମଜା ଉଠାଇବେ ଦର୍ଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରକୁ ବୁଲିବାକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଖୁସି ଖବର । ଏଣିକି ରାଜଧାନୀ ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଦେଖିବାକୁ ମିଳିବ ଏକ ବିଶାଳକାୟ ଡାୟନୋସର । ଏହି ବିଶାଳକାୟ ଡାୟନୋସର ସହିତ ଦୁଇଟି ଛୁଆ ଡାୟନୋସର ଖେଳୁଥିବାର ଦେଖିବାକୁ ମିଳିବ । ଏଥିସହିତ ଡାୟନୋସର କଥା କହିବ, ମୁଣ୍ଡ ହଲାଇବ ଓ ତା’ ଆଖିରେ ଲାଇଟ୍ ଜଳିଉଠିବ । ଦର୍ଶକମାନେ ଏପରି ମଜା ନେବେ ।

ସଂଗ୍ରହାଳୟ ଦିବସ ପାଳନ ଅବସରରେ ଏହି ବିଶାଳକାୟ ଡାୟନୋସରକୁ ଉଦଘାଟନ କରାଯିବ । ପ୍ରତିଦିନ ଏଲଇଡିରେ ଏକ ଶୋ’ ଚାଲିବ । ଏହ ଡାୟନୋସୋର ନିର୍ମାଣ ପାଇଁ ଇ-ଟେଣ୍ଡର କରାଯାଇଥିବା ବେଳେ ଦିଲ୍ଲୀର ଏକ ସଂସ୍ଥା ଏହାର ନିର୍ମାଣ ଭାର ନେଇଛି । ରାଜ୍ୟ ସଂଗ୍ରହାଳୟ ପରିସରରେ ୫୦ରୁ ଅଧିକ ଲୋକ ବସି ଦେଖିବା ଭଳି ବ୍ୟବସ୍ଥା କରାଯିବ । ଡାୟନୋସର ନିଜର ଅସ୍ତିତ୍ୱ ଓ ଗରିମାମୟ ଇତିହାସ ବିଷୟରେ କହିବ ।

Get real time updates directly on you device, subscribe now.