fbpx

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂହ ବିଜେପିରୁ ଇସ୍ତଫା ଦେଲେ

ନୂଆଦିଲ୍ଲୀ:: ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଅନ୍ୟପଟେ କିଛି ନେତା ଦଳ ବଦଳ କରି ନୂଆ ଦଳରେ ସାମିଲ ହେଉଛନ୍ତି । ତେବେ ଏହା ମଧ୍ୟରେ ପୁଣି ଜଣେ ବଡ଼ ନେତା ଦଳ ପରିବର୍ତ୍ତନ କରିଛନ୍ତି ।

ସୂଚନା ମୁତାବକ, ମୋଦୀ ସରକାରଙ୍କ କେନ୍ଦ୍ର କ୍ୟାବିନେଟର ଜଣେ ପୂର୍ବତନ ମନ୍ତ୍ରୀ ଦଳ ଛାଡ଼ିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂହ ବିଜେପିରୁ ଇସ୍ତଫା ଦେଇଛନ୍ତି । ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏଭଳି ସମୟରେ ବିରେନ୍ଦ୍ର ଦଳ ଛାଡ଼ିବା ପରେ ହରିୟାଣା ବିଜେପିକୁ ଏକ ବଡ଼ ଝଟକା ଲାଗିଛି । ସେ ଆଜି କଂଗ୍ରେସରେ ସାମିଲ ହେବେ ବୋଲି କୁହାଯାଉଛି । ଏହା ପୂର୍ବରୁ ମାର୍ଚ୍ଚ ୧୦ରେ ବିରେନ୍ଦ୍ରଙ୍କ ପୁଅ ତଥା ସାଂସଦ ବ୍ରିଜେନ୍ଦ୍ର ସିଂହ କଂଗ୍ରେସରେ ସାମିଲ ହୋଇଥିଲେ । ବିରେନ୍ଦ୍ର ଦୀର୍ଘ ଚାରି ଦଶନ୍ଧି ଧରି କଂଗ୍ରେସ ସହ ରହିଥିଲେ । ସେ ୨୦୧୪ ଅଗଷ୍ଟ ମାସରେ ହାତ ଛାଡ଼ି ପଦ୍ମରେ ସାମିଲ ହୋଇଥିଲେ । ସେ ୨୦୧୯ ଲୋକସଭା ନିର୍ବାଚନରେ ହିସାରରୁ ବିଜେପି ଟିକେଟରେ ବିଜୟୀ ହୋଇଥିଲେ । ଏବେ ପୁଣି ତାଙ୍କର ଘର ବାହୁଡ଼ା ହେବ । ହରିୟାଣାର ଜଣେ ବଡ଼ ଜାଟ ନେତା ଭାବେ ବିରେନ୍ଦ୍ର ବେଶ୍ ଜଣାଶୁଣା ଅଟନ୍ତି ।

Get real time updates directly on you device, subscribe now.