fbpx

ରୁଷ ‘ବିପଜ୍ଜନକ ଖେଳ’ ଖେଳୁଛି, Zaporizhzhia ଆଣବିକ ଶକ୍ତି କେନ୍ଦ୍ରରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଆମେରିକା ମସ୍କୋକୁ ଆହ୍ୱାନ କରିଛି

ୱାଶିଂଟନ୍‌: ଆମେରିକା ରୁଷକୁ ଜାପୋରିଜିଆ ଆଣବିକ ଶକ୍ତି କେନ୍ଦ୍ର(Zaporizhzhia nuclear power plant)ରୁ ନିଜ ସାମରିକ ତଥା ସାଧାରଣ ନାଗରିକଙ୍କୁ ପ୍ରତ୍ୟାହାର କରିବାକୁ କହିଛି । ଏହା ସହ ରୁଷ ଏହାର ଆଣବିକ ଶକ୍ତି କେନ୍ଦ୍ରର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ୟୁକ୍ରେନକୁ ଫେରାଇବାକୁ କହିଛି । ସେମବାର ଆମେରିକ ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର(Matthew Miller) ଏକ regular briefing ମାଧ୍ୟମରେ କହିଛନ୍ତି ଯେ ଆଣବିକ ଶକ୍ତି କେନ୍ଦ୍ର ଉପରେ ‘ଡ୍ରୋନ୍ ଆକ୍ରମଣ’ର ରିପୋର୍ଟ ବିଷୟରେ ଆମେରିକା ଅବଗତ ଅଛି ଏବଂ ଏହାର ସ୍ଥିତି ଉପରେ ନଜର ରଖିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରୁଷ ଏକ ବିପଜ୍ଜନକ ଖେଳ ଖେଳୁଛି । ଜାପୋରିଜିଆ ଆଣବିକ ଶକ୍ତି କେନ୍ଦ୍ର ଉପରେ ଡ୍ରୋନ୍ ଆକ୍ରମଣ ଏବଂ ରୁଷର ନିୟନ୍ତ୍ରଣ ବିପଜ୍ଜନକ ଅଟେ । ତେଣୁ ଆମେ ରୁଷରୁ ଆମର ସାମରିକ ତଥା ସାଧାରଣ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଦାବି କରୁଛୁ ।

ସୂଚନାରୁ ପ୍ରକାଶ ରବିବାର ଜାପେରିଜିଆ ପରମାଣୁ ଶକ୍ତି କେନ୍ଦ୍ରରେ ଥିବା ଏକ ଶଟ୍ ଡାଉନ୍ ରିଆକ୍ଟର ଉପରେ ୟୁକ୍ରେନ ଆକ୍ରମଣ କରିଥିଲା । ପରମାଣୁ ଶକ୍ତି କେନ୍ଦ୍ର ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିବା ରୁଷ ଦାବି କରିଛି ଯାହା ୨୦୨୨ ମସିହାରେ ରୁଷ ସେନା ନିଜ କବଜାରେ ନେଇଥିଲା । ଶକ୍ତି କେନ୍ଦ୍ରର ଅଧିକାରୀଙ୍କ କହିବାନୁଯାୟୀ ରେଡିଏସନ୍ ସ୍ତର ସାମାନ୍ୟ ଥିଲା ଏବଂ ବିଶେଷ କିଛି କ୍ଷତି ହୋଇନାହିଁ ।

Get real time updates directly on you device, subscribe now.