fbpx

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ରହିବେ ନା ବେଲ୍ ମିଳିବ? ଆଜି ଶୁଣାଣି କରିବେ ହାଇକୋର୍ଟ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ଜେଲରେ ହିଁ ରହିବେ କି ତାଙ୍କୁ ଜାମିନ ମିଳିବ, ଏହାର ନିଷ୍ପତ୍ତି ମଙ୍ଗଳବାର ଦିନ ହେବ । ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫ କରିବା ଏବଂ ହେପାଜତକୁ ଚ୍ୟାଲେଞ୍ଜ କରୁଥିବା କେଜ୍ରିୱାଲଙ୍କ ପିଟିସନ ଉପରେ ଦିଲ୍ଲୀ ହାଇକୋର୍ଟ ନିଷ୍ପତ୍ତି ଶୁଣାଣି କରିବ ।

କୋର୍ଟ ଗତ ସପ୍ତାହରେ ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ଏହି ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ । ହାଇକୋର୍ଟର ୱେବସାଇଟରେ ଅପଲୋଡ କରାଯାଇଥିବା ସୂଚୀ ଅନୁସାରେ, ଜଷ୍ଟିସ ସ୍ୱର୍ଣ୍ଣକାନ୍ତା ଶର୍ମା ଦ୍ୱିପ୍ରହର ୨ଟା ୩୦ ମିନିଟରେ ନିଷ୍ପତ୍ତି ଶୁଣାଣି କରିବେ । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନ୍ୟାୟିକ ହେପାଜତରେ ଜିହାର ଜେଲରେ ବନ୍ଦୀ ଅଛନ୍ତି । ଇଡି କେଜ୍ରିୱାଲଙ୍କୁ ୨୧ ମାର୍ଚ୍ଚରେ ଗିରଫ କରିଥିଲା । ଏହାପରେ କୋର୍ଟ ୧ ଏପ୍ରିଲରେ ତାଙ୍କୁ ୧୫ ଦିନ ନ୍ୟାୟିକ ହେପାଜରେ ତିହାର ଜେଲ ପଠାଇଥିଲେ ।

Get real time updates directly on you device, subscribe now.