fbpx

ରମାଦେବୀ ବିଶ୍ୱବିଦ୍ୟାଳୟ ପରୀକ୍ଷା ସମୟ ବଦଳିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି । ଗତ ୫ ତାରିଖ ଦିନ ରାଜ୍ୟର ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ପାଖାପାଖି ୪୪ ଡିଗ୍ରୀରେ ପହଞ୍ଚିବା ସହିତ ଏସିଆର ଷଷ୍ଠ ଉତ୍ତପ୍ତ ସହର ପାଲଟିଥିଲା । ପ୍ରବଳ ଖରା କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଙ୍ଗନବାଡ଼ି, ସ୍କୁଲ ସମୟ ପରିବର୍ତ୍ତନ କରାଯାଇଛି । ଛୋଟ ପିଲାଙ୍କ ସୁବିଧା ପାଇଁ ସକାଳୁଆ ସ୍କୁଲ କରାଯାଇଛି । ତେବେ ଏହା ମଧ୍ୟରେ ପ୍ରଚଣ୍ଡ ରୌଦ୍ର କାରଣରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପରୀକ୍ଷା ସମୟରେ ପରିବର୍ତ୍ତନ କରାଯାଇଛି ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସ୍ନାତକର ଷଷ୍ଠ ସେମିଷ୍ଟର ପରୀକ୍ଷା ଟାଇମିଂରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଏବେ ୮ଟାରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରବଳ ଖରା କାରଣରୁ ପରୀକ୍ଷା ସମୟ ପରିବର୍ତ୍ତନ କରଯାଇଛି । ତେବେ ପରୀକ୍ଷା ସୂଚୀ ଓ ତାରିଖ ଅପରିବର୍ତ୍ତିତ କରିବ । ପୂର୍ବ ସୂଚୀ ଅନୁଯାୟୀ ଏପ୍ରିଲ ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସ୍ନାତକ ପରିଷଦ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଏ ବାବଦରେ ଅବଗତ କରାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା ସମୟ ପରିବର୍ତ୍ତନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ତେଣୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.