fbpx

ପ୍ରକାଶ ପାଇଲା ମାଟ୍ରିକ ଏବଂ ନବମ ଶ୍ରେଣୀର ପରୀକ୍ଷା ସୂଚୀ : ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ସୂଚନା

Advertisement

ଭୁବନେଶ୍ୱର(ଓଡିଶା ଭାସ୍କର): ଚଳିତ ବର୍ଷ ଏପ୍ରିଲ ୨୯ରୁ ମେ’ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା । ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ସୂଚନା ଦିଆଯାଇଛି । ଏହା ବ୍ୟତୀତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏବେ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ । ଏପ୍ରିଲ ୨୯ ପ୍ରଥମ ଦିନରେ ଦ୍ୱିତୀୟ ଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ମେ’୨ରେ ଗଣିତ, ମେ’୪ରେ ବିଜ୍ଞାନ, ମେ’ ୫ରେ ପ୍ରଥମ ଭାଷାର ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ । ଏହାପରେ ମେ’ ତାରିଖରେ ତୃତୀୟ ଭାଷା ଏବଂ ମେ’ ୭ ତାରିଖ ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ତେବେ କେବଳ ମାଟ୍ରିକ ନୁହେଁ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ବୋର୍ଡ ତରଫରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି ।

ନବମ ଶ୍ରେଣୀର ସମ୍ମେଟିଭ ପରୀକ୍ଷା-୨ର ସୂଚୀ ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ । ଏପ୍ରିଲ ୧୩ରେ ଦ୍ୱିତୀୟ ଭାଷାର ପରୀକ୍ଷା ଆୟୋଜନ ହେଉଥିବା ବେଳେ ଏପ୍ରିଲ ୧୬ରେ ଅନୁଷ୍ଠିତ ହେବ ଗଣିତ ପରୀକ୍ଷା । ସେହିପରି ଏପ୍ରିଲ ୧୮ରେ ବିଜ୍ଞାନ, ଏପ୍ରିଲ ୧୯ରେ ପ୍ରଥମ ଭାଷା ପରୀକ୍ଷାର ସାମନା କରିବେ ଛାତ୍ରଛାତ୍ରୀ । ଏହାପରେ ଏପ୍ରିଲ ୨୦ ତାରିଖରେ ସାମାଜିକ ବିଜ୍ଞାନ ଏବଂ ଏପ୍ରିଲ ୨୧ରେ ତୃତୀୟ ଭାଷା ପରୀକ୍ଷା ଦେବେ ନବମ ଶ୍ରେଣୀର ଛାତ୍ରଛାତ୍ରୀ । ଏହିଭଳି ଭାବରେ ମାଧ୍ୟମିକ ଶିକ୍ଷା ବୋର୍ଡ ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷା ସୂଚୀ ପ୍ରକାଶ କରିଛି ।

Get real time updates directly on you device, subscribe now.