ରିସର୍ଚ୍ଚ ଖୁଲାସା: ମଣିଷ ଶରୀରର ବ୍ରେନ୍ ବ୍ୟତୀତ ଅନ୍ୟ ଅଙ୍ଗଗୁଡ଼ିକ ମଧ୍ୟ ସ୍ମୃତିକୁ ସଂରକ୍ଷଣ ରଖିପାରିବେ

ନୂଆଦିଲ୍ଲୀ: ମସ୍ତିଷ୍କ ବା ବ୍ରେନ୍ ହେଉଛି ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ମଣିଷ ଯାହା ଭାବିଥାଏ, ଯାହା କରିଥାଏ, ଯାହା ଚିନ୍ତା କରିଥାଏ ତାହା ସବୁ କେବଳ ବ୍ରେନ୍ ଦ୍ୱାରା ହିଁ ସମ୍ପାଦିତ ହୋଇଥାଏ । ତେବେ ଆମର ଯେଉଁ ସବୁ ସ୍ମୃତି ବା ମୋମୋରି ରହିଥାଏ ତାହାକୁ ଆମେ କେବଳ ଆମର ବ୍ରେନରେ ସଂରକ୍ଷଣ କରି ରଖିଥାଉ । ମାତ୍ର ଏବେ ବ୍ରେନ ବ୍ୟତୀତ ଶରୀରର ଅନ୍ୟ ଅଙ୍ଗଗୁଡ଼ିକରେ ମଧ୍ୟ ସେହି ସ୍ମୃତିକୁ ସଂରଣ କରି ରଖିପାରିବା । ନିକଟରେ କରାଯାଇଥିବା ଗବେଷଣାରୁ ସାମ୍ନାକୁ ଆସିଛି ଏଭଳି ଏକ ନୂଆ ରିପୋର୍ଟ ।

ଖବର ମୁତାବକ, ଆମେରିକାର ନ୍ୟୁ ୟର୍କ ୟୁନିଭରଟିର କିଛି ଗବେଷକ ବ୍ରେନକୁ ନେଇ କରିଥିବା ରିସର୍ଚ୍ଚରୁ ଏଭଳି ରିପୋର୍ଟ ଏବେ ସାମ୍ନାକୁ ଆସିଛି । ନେଚର କମ୍ୟୁନିକେସନ ଜର୍ଣ୍ଣାଲରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି । ବୈଜ୍ଞାନିକଙ୍କ ଏହି ସଫଳତା ବ୍ରେନକୁ ନେଇ ରହିଥିବା ଆମ ମନର ପୂର୍ବ ଧାରଣାକୁ ସାମାନ୍ୟ ବଦଳାଇବାରେ ସକ୍ଷମ ହେବ ବୋଲି ଏହି ରିସର୍ଚ୍ଚର ନେତୃତ୍ୱ ନେଇଥିବା ନିକୋଲେ ଭି. କୁକୁଶକିନ କହିଛନ୍ତି । ବ୍ରେନ ସେଲ ଓ ଅଣ-ବ୍ରେନ ସେଲ ‘ମେମୋରୀ ଜେନେ’କୁ ପରିବର୍ତ୍ତିତ ହୋଇ ପାରିବ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି । ଯେତେବେଳେ ସେମାନେ ସୂଚନାରେ ଏକ ପ୍ୟାଟର୍ଣ୍ଣକୁ ଠାବ କରନ୍ତି ଓ ମେମୋରୀ ତିଆରି କରିବା ପାଇଁ ନିଜର ସଂଯୋଗକୁ ପୁନର୍ଗଠନ କରନ୍ତି, ସେହି ସମୟରେ ବ୍ରେନ ସେଲ୍ସ ‘ମେମୋରୀ ‘ଜେନେ’କୁ ବଦଳି ଯାଇଥାଏ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି ।