fbpx

ଶୋଇବା ସମୟରେ ଅତ୍ୟଧିକ ଝାଳ ବହିଲେ ହୋଇପାରେ କ୍ୟାନ୍ସର, ଯକ୍ଷ୍ମା ଭଳି ରୋଗ, ରିପୋର୍ଟରୁ ହେଲା ବଡ ଖୁଲାସା

ନୂଆଦିଲ୍ଲୀ: ଅନେକ ଲୋକ ଅଛନ୍ତି ଯେଉଁମାନେ ସାମାନ୍ୟତମ ଗରମ ମଧ୍ୟ ସମ୍ଭାଳି ପାରନ୍ତି ନାହିଁ। ସେହିପରି କିଛି ଲୋକଙ୍କର ରାତିରେ ଶୋଇବା ସମୟରେ ମଧ୍ୟ ପ୍ରବଳ ଝାଳ ବହିଥାଏ। ବେଳେ ବେଳେ ବର୍ଷା ଏବଂ ଶୀତ ଦିନରେ ମଧ୍ୟ ଏହି ଲୋକମାନଙ୍କଠାରୁ ଏତେ ଝାଳ ବହିଥାଏ ଯେ, ସେମାନଙ୍କର ପୋଷାକ ମଧ୍ୟ ଓଦା ହୋଇଯାଇଥାଏ। ତେବେ ଯଦି କୌଣସି ବ୍ୟକ୍ତି ଶୋଇବା ସମୟରେ ଝାଳରେ ଓଦା ହୋଇଯାଉଛନ୍ତି ତ ସେମାନଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛନ୍ତି ବିଶେଷଜ୍ଞ।

“ଦି ନ୍ୟୁ ୟର୍କ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ମୁତାବକ ଆମେରିକାର ଶିକାଗୋ ୟନିଭର୍ସିଟି ମେଡିସିନ୍ ଡିାପର୍ଟମେଣ୍ଟର ଡାକ୍ତର. କେଟ୍ ରୋଲାଣ୍ଡ ଦାବି କରିଛନ୍ତି ଯେ, ବେଳେ ବେଳେ ଶିରୀରର ତାପମାତ୍ରାକୁ ନିୟନ୍ତ୍ରଣ କରବା ପାଇଁ ଝାଲ ବହିବା ସାମାନ୍ୟ କଥା। କିନ୍ତୁ ବାରମ୍ବାର ଝାଳ ବହିବା କୌଣସି ଗମ୍ଭିର ରୋଗର ପ୍ରାଥମିକ ସଙ୍କେତ ହୋଇପାରେ। ଯଦି ରାତିରେ ଜ୍ୱର, ଓଜନ ହ୍ରାସ, ଥକାପଣ, କାଶ, ଶ୍ୱାସ ନେବାରେ ଅସୁବିଧା ଇତ୍ୟାଦି ସହିତ ଅତ୍ୟଧିକ ଝାଳ ବାହାରିଥାଏ, ତେବେ ଏହାକୁ ଲିମ୍ଫୋମା କର୍କଟ, ଏଚ୍.ଆଇ.ଭି ଏଡସ୍, ମ୍ୟାଲେରିଆ ଏବଂ ଯକ୍ଷ୍ମା ଭଳି ରୋଗର ଚେତାବନୀ ଭାବରେ ଗ୍ରହଣ କରାଯିବା ଉଚିତ୍। ଏହା ବ୍ୟତୀତ ଷ୍ଟ୍ରୋକ୍, ଡିସ୍ରେଫ୍ଲେକ୍ସିଆ, ସ୍ବୟଂଶାସିତ ନ୍ୟୁରୋପାଥି, ଚିନ୍ତା, ମୋଟାପଣ, ହୃଦ ରୋଗ, ନିମ୍ନ ରକ୍ତଚାପ, ମଧୁମେହ, ପାର୍କିନ୍ସନ୍ ଭଳି ରୋଗର ଆରମ୍ଭରେ ଝାଳ ମଧ୍ୟ ଦେଖାଯାଏ।

ଲଣ୍ଡନର ଇମ୍ପେରିଆଲ୍ କଲେଜର ପ୍ରଫେସର କହିଛନ୍ତି ଯେ ଶରୀରର ତାପମାତ୍ରା ବୃଦ୍ଧି ହେତୁ ସାଧାରଣତ ଝାଳ ବାହାରିଥାଏ। ଯଦିଓ, କୋଠରୀର ତାପମାତ୍ରା ହ୍ରାସ କରିବା ପରେ ମଧ୍ୟ ଝାଳ ବାହାରୁଛି ଏବଂ ଏହା ଅନେକ ଦିନ ଧରି ଘଟୁଛି, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଶୋଇବା ସମୟରେ ନିଶ୍ୱାସ ପ୍ରଶ୍ୱାସ ହେତୁ ମଧ୍ୟ ଝାଳ ବାହାରିଥାଏ। ଏଭଳି ପରିସ୍ଥିତିରେ ଶୀର୍ଷ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ଯେ ଶୋଇବା ପୂର୍ବରୁ ବ୍ୟାୟାମ କରିବା, ମଦ୍ୟପାନ କିମ୍ବା କୌଣସି ପ୍ରକାରର ଗରମ ପାନୀୟ ଏବଂ ଅଧିକ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍।

 

 

Get real time updates directly on you device, subscribe now.