fbpx

ସୋସିଆଲ ମିଡିଆର ଅଧିକ ବ୍ୟବହାର ବିଗାଡିଦେଇଥାଏ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ, ଏପରି ପାଆନ୍ତୁ ମୁକ୍ତି

Advertisement

ଓଡ଼ିଶା ଭାସ୍କର: ଆମ ମଧ୍ୟରୁ ଅଧିକାଂଶ ଲୋକ ସକାଳୁ ନିଦରୁ ଉଠିବା ମାତ୍ରେ ସୋସିଆଲ ମିଡିଆ ଚେକ୍ କରିଥାନ୍ତି । ଏହା ନ କରିବା ପର୍ଯ୍ୟନ୍ତ ସେମାନଙ୍କ ମନ ଅସ୍ଥିର ରହିଥାଏ । ଆଜିର ଏହି ଡିଜିଟାଲ ଯୁଗରେ ମଣିଷ ସୋସିଆଲ ମିଡିଆ ଉପରେ ଏତେ ନିର୍ଭରଶୀଳ ହୋଇଯାଇଛି ଯେ, ଏହା ବିନା ସେ କିଛି ମୁହୂର୍ତ୍ତ ବି ରହିବା ଯେପରି ତା’ ପାଇଁ ଅସମ୍ଭବ ହୋଇପଡିଛି । ଫେସବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସଆପ୍ ପରି ଲୋକପ୍ରିୟ ସୋସିଆଲ ମିଡିଆ ଏହାର ଉଦାହରଣ । ସୋସିଆଲ ମିଡିଆ ଆମକୁ ଆମ ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହ ଯୋଡି ହୋଇ ରହିବାକୁ ସହାୟତା ତ କରିଥାଏ କିନ୍ତୁ ଏହା ଆମର ମାନସିକ ସ୍ୱାସ୍ଥ୍ୟ ଲାଗି ବିପଦ ପାଲଟି ଯାଇଛି ।
ମନୋଚିକିତ୍ସକଙ୍କ ଅନୁଯାୟୀ ସୋସିଆଲ ମିଡିଆ କାରଣରୁ ଲୋକମାନଙ୍କ ମଧ୍ୟରେ ଡିପ୍ରେସନ, ଆଙ୍ଗଜାଇଟି, ନିଦ୍ରାହୀନତା ଆଦି ସମସ୍ୟା ବହୁ ମାତ୍ରାରେ ଦେଖିବାକୁ ମିଳିଥାଏ । ବହୁ ଲୋକ ଲାଇକ୍ସ, କମେଣ୍ଟସ୍ ଓ ଫଲୋୟର୍ସ ଜାଲରେ ଏପରି ଭାବରେ ଫସିଯାଇଥାନ୍ତି ଓ ଅନ୍ୟର ଜୀବନ ସହ ନିଜ ଜୀବନକୁ ତୁଳନା କରି ମାନସିକ ରୋଗର ଶିକାର ହୋଇପଡନ୍ତି । ଏକ ହସ୍ପିଟାଲର ଅନୁଧ୍ୟାନ ଅନୁସାରେ ସୋସିଆଲ ମିଡିଆ ଚିନ୍ତା ଓ ଅବସାଦର ସବୁଠାରୁ ବଡ କାରଣ ମଧ୍ୟରୁ ଅନ୍ୟତମ ।
ସୋସିଆଲ ମିଡିଆ ଅଭ୍ୟାସ ଛଡାଇବାକୁ କ’ଣ କରିବେ?
୧- ଆପଣ ପୁରା ଦିନ କେତେ ମାତ୍ରାରେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ତାହା ଟ୍ରାକ୍ କରନ୍ତୁ ଓ ପୁରା ଦିନରୁ ଗୋଟିଏ ଘଣ୍ଟାରୁ ଅଧିକ ସମୟ ସୋସିଆଲ ମିଡିଆରୁ ଦୂରେଇ ରହନ୍ତୁ ।
୨-ଖାଲି ସମୟ ପ୍ରକୃତି ମଝିରେ ବିତାନ୍ତୁ, ବହି ପଢନ୍ତୁ ଓ ଏପରି କାମ କରନ୍ତୁ ଯାହା କରିବା ଦ୍ୱାରା ଆପଣଙ୍କୁ ଖୁସି ମିଳିବ ।
୩-ପରିବାର ଓ ସାଙ୍ଗସାଥୀଙ୍କ ସହ ସମୟ ବିତାନ୍ତୁ ।
୪-ନିୟମିତ କିଛି ନା କିଛି ବ୍ୟାୟାମ କରନ୍ତୁ । ଯୋଗ ବା ମେଡିଟେସନ କରିବା ଦ୍ୱାରା ବି ମାନସିକ ଶାନ୍ତି ମିଳିଥାଏ ।
୫-ରାତିରେ ସୋସିଆଲ ମିଡିଆର ବ୍ୟବହାର କରନ୍ତୁ ନାହିଁ । କାରଣ ଏହାଦ୍ୱାରା ନିଦ ପ୍ରଭାବିତ ହୋଇଥାଏ ।

Get real time updates directly on you device, subscribe now.