ଭୁବନେଶ୍ୱର; ଅବକାରୀ ବିଭାଗ ପକ୍ଷରୁ ୫ଟି ଡ୍ୟାନସ ବାରକୁ କାରଣ ଦର୍ଶାଅ ନୋଟିସ
ଓଡିଶା ଭାସ୍କର; ଅବକାରୀ ବିଭାଗ ପକ୍ଷରୁ ୫ଟି ଡ୍ୟାନସ ବାରକୁ କାରଣ ଦର୍ଶାଅ ନୋଟିସ । କଟକ ରୋଡରେ ଥିବା ପେଣ୍ଟାଗନ, ଆଲିଶାନ, ମହାନ୍ତି ବାର, ଏକାମ୍ର ବାର, ଦିପାଳି ବାରକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି । ନିୟମ ଉଲଙ୍ଘନ କରି ବାର କତୃପକ୍ଷ ଟଙ୍କା ଉଡାଉଥିବା ନେଇ ପ୍ରମାଣ ପାଇଛି ଅବକାରୀ ବିଭାଗ । ପୋଲିସ ଚଢ଼ାଉ ପରେ ଏବେ ନାଇଟ କ୍ଳବ୍, ପବ ଉପରେ ଜୋରଦାର ଚଢାଉ ହେବ ବୋଲି ଜଣାପଡିଛି ।
ଏହିପରି ଆଇନ୍ ଉଲଙ୍ଘନ କରୁଥିଲେ ବାର କତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ଆବଶ୍ୟକ ସ୍ଥଳେ ସେମାନଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ ହେବ । ସେପଟେ ଗତକାଲି ବିଳମ୍ବିତ ରାତିରେ ମଧ୍ୟ ବିଭିନ୍ନ ବାର ପବରେ ଚଢ଼ାଉ କରାଯାଇଛି । ଆଗକୁ ମଧ୍ୟ ବେଫିକର ରାତି ତମାମ ଚାଲୁଥିବା ବାର ପବରେ ଚଢ଼ାଉ ଜାରି ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଥାଉକି, ଗତ ଅଗଷ୍ଟ ମାସ ରାଜଧାନୀ ଭୁବନେଶ୍ୱରର ବାରଗାର୍ଲ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲାକୁ ନେଇ ତତ୍ପରତା ପ୍ରକାଶ କରିଥିଲା ଅବକାରୀ ବିଭାଗ । ଏହାପରେ ବିଭିନ୍ନ ବାର ଉପରେ ଚଢ଼ାଉକୁ ଜୋରଦାର କରାଯାଇଥିବା ଦେଖିବାକୁ ମିଳୁଛି ।