ଭିଜିଲାନ୍ସ ଜାଲରେ ଅବକାରୀ ଅଧୀକ୍ଷକ, ୩ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ…

ଢେଙ୍କାନାଳ,୨୯ା୪: ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ । ୩ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ  ଢେଙ୍କାନାଳ ମହାବୀର ବଜାରସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଢାଉ ଜାରି ରହିଛି ।

ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍  ଚଢ଼ାଉ ଜାରି ରଖିଛି । ଜଗତପୁରସ୍ଥିତ ଘର, ଚୌଦ୍ବାର ସ୍ଥିତ ପୈତୃକ ଘର, ଖୋର୍ଦ୍ଧା, ମହାବୀର ବଜାରସ୍ଥିତ ସରକାରୀ ବାସଭବନ, ମହିଷାପାଟସ୍ଥିତ ଏକ୍ସାଇଜ ଅଫିସରେ ମଧ୍ୟ ଚଢାଉ ଜାରି ରହିଛି ।

ଚଢ଼ାଉ ଜାରି ରହିଥିବାରୁ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ । ଚଢ଼ାଉ ଶେଷ ପରେ ସବିଶେଷ ତଥ୍ୟ ସାମ୍ନାକୁ ଆସିବ ବୋଲି ଜନୈକ ଭିଜିଲାନ୍ସ ଅଧିକାରୀ କହିଛନ୍ତି ।