ନୂଆଦିଲ୍ଲୀ: ଟ୍ରାନ୍ସଜେଣ୍ଡର ବ୍ୟକ୍ତି, ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ପୁରୁଷ ଏବଂ ମହିଳା ଯୌନ କର୍ମୀଙ୍କୁ ରକ୍ତଦାନଠାରୁ ଦୂରେଇ ରଖିବା ପାଇଁ କେନ୍ଦ୍ର ନିଜର ବ୍ଲଡ ଡୋନର ନିର୍ଦ୍ଦେଶାବଳୀ ସ୍ପଷ୍ଟ କରିଛି ।
କେନ୍ଦ୍ରର କହିବା ଅନୁସାରେ, ଏଚ.ଆଇ.ଭି, ହେପାଟାଇଟିସ୍ କିମ୍ବା ବିପଦରେ ଥିବା ବ୍ୟକ୍ତିଙ୍କ ବର୍ଗରେ ଟ୍ରାନ୍ସଜେଣ୍ଡର, ଏମଏସଏମ୍ ଏବଂ ମହିଳା ଯୌନ କର୍ମୀଙ୍କୁ ଶ୍ରେଣୀଭୁକ୍ତ କରିବା ବୈଜ୍ଞାନିକ ପ୍ରମାଣ ଉପରେ ଆଧାରିତ । ପ୍ରକୃତରେ ରକ୍ତ ଦାତା ନିର୍ଦ୍ଦେଶାବଳୀକୁ ଚ୍ୟାଲେଞ୍ଜ କରି ଏକ ଆବେଦନରେ ଏକ ଆଫିଡେଭିଟ୍ ଦାଖଲ କରାଯାଇଛି ।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପ୍ରାଥମିକ ଆଫିଡେଭିଟ୍ ମାଧ୍ୟମରେ ସୁପ୍ରିମକୋର୍ଟରେ ଏକ ଉପସ୍ଥାପନା କରିଛି । ସରକାର କୋର୍ଟଙ୍କୁ କହିଛନ୍ତି ଯେ, ଟ୍ରାନ୍ସଜେଣ୍ଡର, ଯୌନ କର୍ମୀମାନେ ବଞ୍ଚିତ ରହିଛନ୍ତି, କଳଙ୍କ ଏବଂ ଟ୍ରାନ୍ସମିସନ ବିପଦ କାରଣରୁ ଠିକ୍ ସମୟରେ ସେମାନଙ୍କ ଚିକିତ୍ସା କରିବା କଷ୍ଟକର ହୋଇପଡିଛି ।
କେନ୍ଦ୍ର କହିଛି ଯେ ଟ୍ରାନ୍ସଜେଣ୍ଡର, ଏମଏସଏମ ଏବଂ ମହିଳା ଯୌନ କର୍ମୀଙ୍କ ଜନସଂଖ୍ୟା ଗୋଷ୍ଠୀ ସାମାଜିକ ନିନ୍ଦାରେ ଦଳିତ ହୋଇ ରହିଛନ୍ତି ଏବଂ ଏଥିରେ ଲାଗିଥିବା କଳଙ୍କ ସଂକ୍ରମିତ ହୋଇଥିଲେ ମଧ୍ୟ ଠିକ ସମୟରେ ଚିକିତ୍ସା କରିବା କଷ୍ଟକର ହୋଇପଡିଛି । ଏହି କାରଣରୁ ଏହି ଜନସଂଖ୍ୟା ଗୋଷ୍ଠୀରୁ ସଂକ୍ରମଣ ହେବାର ଆଶଙ୍କା ଆହୁରି ବଢ଼ିଥାଏ । ଏହି କ୍ଷେତ୍ରରେ ରୋଗ ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ, ଯେପରିକି ମଙ୍କିପକ୍ସ ମାମଲାରେ ଏମଏସଏମ ମଧ୍ୟରେ ଦେଖାଦେଇଥାଏ ।
ସୁରକ୍ଷିତ ରକ୍ତ ଦାନ କରିବାର ଉଦ୍ଦେଶ୍ୟ :-
କେନ୍ଦ୍ର ଆହୁରି କହିଛି ଯେ, ସୁରକ୍ଷିତ ରକ୍ତ ପ୍ରାପ୍ତ କରୁଥିବା ଲୋକଙ୍କ ଅଧିକାର ରକ୍ତଦାନ କରୁଥିବା ବ୍ୟକ୍ତିଙ୍କ ଅଧିକାରଠାରୁ ଅଧିକ ଗୁରାୁତ୍ୱପୂର୍ଣ୍ଣ । ଏକ ସୁରକ୍ଷିତ ରକ୍ତଦାନ ପ୍ରଣାଳୀ (ବିଟିଏସ୍) ର ଉଦ୍ଦେଶ୍ୟ ହେଉଛି ଦାନ କରାଯାଇଥିବା ରକ୍ତ ପ୍ରାପ୍ତକର୍ତ୍ତାଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ନିଶ୍ଚିତ କରିବା ।