fbpx

ଏଗଜିଟ ପୋଲର ଆକଳନ: ୬ଟି ରାଜ୍ୟରେ କିଏ କେତେ ସିଟ୍ ପାଇବ?

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଛି । ଲୋକସଭାର ୫୪୩ଟି ସିଟ୍ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ ହୋଇଛି । ଆଜି ୭ମ ପର୍ଯ୍ୟାୟରେ ୫୮ଟି ସିଟରେ ମତଦାନ ସରିଛି । ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ସମାପ୍ତ ହେବା ପରେ ଏବେ ସାରା ଦେଶବାସୀ ଫଳାଫଳକୁ ଅତ୍ୟନ୍ତ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ଆଉ ଦୁଇଦିନ ପରେ ଜୁନ ୪ରେ ଫଳାଫଳ ଘୋଷିତ ହେବ । କେଉଁ ଦଳର ସରକାର ଦେଶକୁ ଶାସନ କରିବ ସେନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । ତେବେ ଅନ୍ତିମ ପର୍ଯ୍ୟାୟ ଭୋଟିଂ ପରେ ଏଗଜିଟ ପୋଲର ତଥ୍ୟ ଆସିବା ଆରମ୍ଭ ହୋଇଯାଇଛି ।

୧- ଇଣ୍ଡିଆ ଟୁଡେ-ଏକ୍ସିସ ମାଇ ଇଣ୍ଡିଆର ଏଗଜିଟ ପୋଲ ମୁତାବକ, ଏଥର ବିଜେପି ନେତୃତ୍ୱାଧିନ ବିଜେପିକୁ ତାମିଲନାଡ଼ୁରେ ୨୨ ପ୍ରତିଶତ ଭୋଟ ମିଳିପାରେ । ଏନଡିଏ ତାମିଲନଡ଼ୁର ମୋଟ ୩୯ଟି ଲୋକସଭା ଆସନ ମଧ୍ୟରୁ ୨-୪ଟି ଆସନ ମଧ୍ୟରେ ବିଜେପି ସୀମିତ ରହିବା ନେଇ ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ରାଜ୍ୟରେ ଇଣ୍ଡିଆ ମହାମେଣ୍ଟକୁ ୪୬ ପ୍ରତିଶତ ଭୋଟ ମିଳିପାରେ । ଇଣ୍ଡିଆକୁ ୩୩-୭୭ଟି ଆସନ ଓ ଏଆଇଏଡିଏମକେକୁ ୦-୨ଟି ଆସନ ମିଳିପାରେ ।

୨- ଛତିଶଗଡ଼ର ମୋଟ ୧୧ଟି ଆସନ ମଧ୍ୟରୁ ଏନଡିଏକୁ ୧୦-୧୧ଟି ଆସନ, ଇଣ୍ଡିଆକୁ ୦-୧ଟି ଆସନ ମିଳିପାରେ । ୩- ଝାଡ଼ଖଣ୍ଡର ମୋଟ ୧୪ଟି ଆସନ ମଧ୍ୟରୁ ଏନଡିଏକୁ ୮-୧୦, ଇଣ୍ଡିଆକୁ ୪-୬ଟି ଆସନ ମିଳିପାରେ । ୪- ବିହାରର ମୋଟ ..ଟି ଆସନ ମଧ୍ୟରୁ ଏନଡିଏକୁ ୨୯-୩୩ଟି, ଓ ଇଣ୍ଡିଆକୁ ୭-୧୦ଟି ଓ ଅନ୍ୟ ଦଳକୁ ୦-୨ଟି ଆସନ ମିଳିପାରେ । ୫- କେରଳର ମୋଟ ୨୦ଟି ଆସନ ମଧ୍ୟରୁ ଏନଡିଏକୁ ୨୦୩ଟି, ୟୁଡିଏଫକୁ ୧୭-୧୮ଟି ଓ ଏଲଡିଏଫକୁ ୦-୧ଟି ଆସନ ମିଳିପାରେ । ୬- କର୍ଣ୍ଣାଟକର ମୋଟ ୨୮ଟି ଆସନ ମଧ୍ୟରୁ ଏନଡିଏକୁ ୨୩-୨୫ଟି, ଇଣ୍ଡିଆକୁ ୩-୫ଟି ଆସନ ମିଳିପାରେ । ସୂଚନାଯୋଗ୍ୟ ଯେ, ଏଗଜିଟି ପୋଲର ତଥ୍ୟ ସର୍ବଦା ସଠିକ୍ ହୋଇନଥାଏ । ଅନେକ ସମୟରେ ଏଗଜିଟର ଆକଳନ ଫଳାଫଳ ପ୍ରକାଶ ପାଇବା ପରେ ସମ୍ପୂର୍ଣ୍ଣ ଭାବେ ଓଲଟପାଲଟ ହୋଇଯାଇଥାଏ ।

Get real time updates directly on you device, subscribe now.