ଚିଲିକାରେ କମିଲେ ବିଦେଶୀ ପକ୍ଷୀ, ବଢିଲା ପ୍ରଜାତି

ଖୋର୍ଦ୍ଧା,୧୮l୧: ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଥିବା ୫ଟି ରେଞ୍ଜ ଟାଙ୍ଗୀ, ବାଲୁଗାଁ, ନୂଆପଡ଼ା, ସାତପଡ଼ା, ରମ୍ଭା ଅଞ୍ଚଳରେ ଶନିବାର ସକାଳେ ପକ୍ଷୀଗଣନା ହୋଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ଚିଲିକାକୁ ଅନେକ ଦେଶୀ-ବିଦେଶୀ ପକ୍ଷୀ ଆସିଛନ୍ତି l ମାତ୍ର ଗତ ବର୍ଷ ତୁଳନାରେ ଚଳିତବର୍ଷ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ସଂଖ୍ୟା କମିଛି l ଏନେଇ ସୂଚନା ଦେଇଛନ୍ତି ଡିଏଫଓ l

ଅନ୍ୟପକ୍ଷରେ ପକ୍ଷୀଙ୍କ ସଂଖ୍ୟା ସିନା କମିଛି ଭିନ୍ନ ପ୍ରଜାତି ସଂଖ୍ୟା ବଢିଛି l ଚିଲିକାକୁ ଚଳିତ ବର୍ଷ ବର୍ଷ ମୋଟ ୧୧,୨୭,୨୨୮ ଦେଶୀ ଓ ବିଦେଶୀ ପକ୍ଷୀ ଆସିଛନ୍ତି। ଗତବର୍ଷ ତୁଳନାରେ ଚିଲିକାକୁ ୧୦, ୫୩୧ ପକ୍ଷୀ କମ୍‌ ଆସିଥିବା ସୂଚନାରୁ ଜଣାପଡିଛି l

ଚଳିତ ବର୍ଷ ପକ୍ଷୀ ଗଣନା ପାଇଁ ସମଗ୍ର ଚିଲିକାକୁ ୨୧ଟି ଭାଗରେ ବିଭକ୍ତ କରାଯାଇ ୨୧ଟି ଦଳ ଗଠନ କରାଯାଇଥିଲା।। ପ୍ରତି ଦଳରେ ଜଣେ ପକ୍ଷୀ ବିଶାରଦଙ୍କ ସମେତ ୩ରୁ ୫ ଜଣ ଲେଖାଏ ପକ୍ଷୀ ବିଶେଷଜ୍ଞ ରହିଥିଲେ। ଏଥିରେ ମୋଟ ୧୩୦ ଜଣ  ଭାଗ ନେଇଥିଲେ।