fbpx

ରାସନ କାର୍ଡ ବଦଳରେ ଯୌନ ଶୋଷଣ, ନକଲି ଡିଗ୍ରୀ , ମଦ ଦୁର୍ନୀତି ; ୯ ବର୍ଷରେ ଫସିଛନ୍ତି ଆପ୍ ର ୫ ମନ୍ତ୍ରୀ, ଯାଇଛନ୍ତି ଜେଲ

ନୂଆଦିଲ୍ଲୀ : ଏକ ଦଶନ୍ଧି ପୂର୍ବରୁ ସମାଜସେବୀ ଅନ୍ନା ହଜାରୀଙ୍କ ଭଷ୍ଟ୍ରାଚାର ବିରୋଧୀ ଆନ୍ଦୋଳନରୁ ଉତ୍ପନ ହୋଇଥିବା ଆମ ଆଦମୀ ପାର୍ଟି ଯେଉଁ ବେଗରେ ନିର୍ବାଚନରେ ସଫଳତା ହାସଲ କରିଥିଲା ସେହି ବେଗରେ ଦଳ ଉପରେ ଦାଗ ମଧ୍ୟ ଲାଗିଛି । ମାତ୍ର ୧୦ ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ସ୍ତରରେ ପହଞ୍ଚିଥିବା ନେତାମାନଙ୍କୁ ଜେଲ ଯିବାକୁ ପଡିଛି । ଏପର୍ଯ୍ୟନ୍ତ ଆପ୍  ର ୫ ଜଣ ମନ୍ତ୍ରୀ ଗିରଫ ହୋଇସାରିଛନ୍ତି । ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ପୂର୍ବରୁ ୩ ଜଣ ମନ୍ତ୍ରୀ ରାସନ କାର୍ଡ ବଦଳରେ ଯୌନ ଶୋଷଣ, ନକଲି ସାର୍ଟିଫିକେଟ୍ ଭଳି ମାମଳାରେ ଗିରଫ ହୋଇଛନ୍ତି । ସେହିପରି ପଞ୍ଜାବରେ ପାର୍ଟିର ଦୁଇ ଜଣ ମନ୍ତ୍ରୀ ଗିରଫ ହୋଇଥିଲେ ।

କହିବାକୁ ଗଲେ ଯେଉଁ ଆପ୍ ଦିନେ ସମାଜରୁ ଆବର୍ଜନା ସଫା କରୁଥିଲା ସେହି ଦଳ ଏବେ ଆବର୍ଜନ ଭିତରକୁ ଟାଣି ହୋଇଆସିଛି । ଭଷ୍ଟ୍ରାଚାର ବିରୋଧରେ ଆନ୍ଦୋଳନ କରୁଥିବା କେଜ୍ରିୱାଲ ନିଜ ଦଳକୁ ଭଷ୍ଟ୍ରାଚାର ମୁକ୍ତ କରିପାରିନାହାଁନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ ଦଳ ବିରୋଧ ଷଡଯନ୍ତ୍ର କରାଯାଉଛି ବୋଲି କେଜ୍ରୱାଲ ଅଭିଯୋଗ କରୁଥିବାବେଳେ ବିଜେପି ସିଧାସଳଖ ତାଙ୍କୁ ଟାର୍ଗେଟ କରିଛଇ ତାହା ବୁଝିବା ଆଉ ବାକି ନାହିଁ । ତେବେ ଆସନ୍ତୁ ନଜର ପକାଇବା ଏହି ରିପୋର୍ଟ ଉପରେ…

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତଥା ଶିକ୍ଷା, ଅର୍ଥ, ଅବକାରୀ ବିଭାଗ ସମେତ ୧୮ ଟି ବିଭାଗର ଦାୟିତ୍ୱରେ ଥିଲା । ୧୦୦ କୋଟି ଟଙ୍କାର ମଦ ଦୁର୍ନୀତି ତାଙ୍କ ନାଁରେ ଥିଲା । ମଦ ଦୁର୍ନୀତିରେ ସିବିଆଇ ଏବଂ ଇଡି ସିସୋଦିଆଙ୍କୁ ଗିରଫ କରିଛି । ଗତକାଲି ସେ ତାଙ୍କ ଦଳରୁ ଇସ୍ତଫା ଦେଇଛନ୍ତି ।

କେଜ୍ରିୱାଲ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ ଗତ ବର୍ଷ ମେ ମାସରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ସେବେଠାରୁ ତାଙ୍କୁ ଜେଲରେ ରଖାଯାଇଛି। ତିହାରର ବନ୍ଦୀମାନଙ୍କଠାରୁ ମସାଜ ନେବା ଏବଂ ଜେଲରେ ଥିବାବେଳେ ଗ୍ୟାଙ୍ଗଷ୍ଟର ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ଟଙ୍କା ବସୁଲି କରିବା ନେଇ ତାଙ୍କ ର୍ନାରେ ଅଭିଯୋଗ ହୋଇଥିଲା । ଜୈନଙ୍କୁ ନେଇ ଗତ ୯ ମାସ ମଧ୍ୟରେ କେଜ୍ରିୱାଲ ସରକାର ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିନ୍ତୁ କ୍ରମାଗତ ଭାବରେ ଆପ୍ ତାଙ୍କୁ ନିର୍ଦ୍ଦୋଷ ବୋଲି କହିଆସୁଛି।

ସେପ୍ଟେମ୍ବର ୨୦୧୬ ରେ ହଇଚୟୀ ସୃଷ୍ଟି ହୋଇଥିଲା ଯେତେବେଳେ କେଜ୍ରିୱାଲଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସନ୍ଦୀପ କୁମାରଙ୍କ ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିଥିଲା । ଏହି ଭିଡିଓ ଟିଭିରେ ପ୍ରସାରଣ ହେବା ପରେ ଅପ୍ ଉପରେ ଅଶ୍ଳୀତାର ଛିଟା ପଡିଥିଲା । ପୀଡିତା ମହିଳା ଜଣଙ୍କ ସୁଲତାନପୁରୀ ଥାନାରେ ଅଭିଯୋଗ କରି ଯେ ରାସନ କାର୍ଡ କରାଇବା ବାହାନରେ ମନ୍ତ୍ରୀ ତାଙ୍କୁ ବଳାତ୍କାର କରିଛନ୍ତି । ପୀଡିତା କହିଥିଲେ ଯେ ମନ୍ତ୍ରୀ ସନ୍ଦୀପ ନିଶାଦ୍ରବ୍ର ସେବନ କରାଇ ତାଙ୍କ ସହ ଶରୀରିକ ସମ୍ପର୍କ ରଖିଥିଲେ ଏବଂ ଭିଡିଓ କରି ବ୍ଳାକ୍‌କେଲ କୁଥିଲେ । ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିବା ପରେ ସେ ନିଜ ପଦବୀ ମଧ୍ୟ ହରାଇଥିଲେ । କିନ୍ତୁ ଆପ ପକ୍ଷରୁ ଏହି ଭିଡିଓକୁ ନକଲି ବୋଲି କହୁଯାଇ ସନ୍ଦିପଙ୍କୁ ନିର୍ଦୋଶ ବୋଲି କୁହାଯାଇଥିଲା ।

ଜୁନ୍ ୨୦୧୫ ରେ, କେଜ୍ରିୱାଲ ସରକାରରେ ଆଇନ ମନ୍ତ୍ରୀ ଥିବା ଜିତେନ୍ଦ୍ର ତୋମରଙ୍କୁ ମଧ୍ୟ ଏକ ନକଲି ଡିଗ୍ରୀ ମାମଲାରେ ଗିରଫ କରାଯାଇଥିଲା। ଠକେଇ, ଅପରାଧିକ ଷଡଯନ୍ତ୍ର ସମେତ ଆଇପିସିର ଅନେକ ଧାରାରେ ତୋମରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଜିତେନ୍ଦ୍ର ତୋମରଙ୍କ ର୍ନାରେ ଅଭିଯୋଗ ହୋଇଥିଲା ଯେ ତାଙ୍କର ସ୍ନାତକ ଏବଂ ଏଲଏଲବି ଡିଗ୍ରୀ ନକଲି । ଏନେଇ ବିହାରର ତିଲକା ମଞ୍ଜୀ ବିଶ୍ୱବିଦ୍ୟାଳୟ ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଥିଲେ । ଜାନୁଆରୀ ୨୦୨୦ ରେ, ହାଇକୋର୍ଟ ତୋମରଙ୍କ ବିଧାନସଭା ସଦସ୍ୟତାକୁ ବାତିଲ କରିଦେଇଥିଲେ। ତୋମାର ୨୦୧୫ ରେ ତ୍ରିନଗର ଆସନରୁ ଜିତିଥିଲେ ।

୨୦୧୮ ମସିହାରେ ଦିଲ୍ଲୀ ସରକାରୀ ମନ୍ତ୍ରୀ ଅସୀମ ଅହମ୍ମଦ ଖାନ ଜଣେ ବିଲଡରଙ୍କଠାରୁ ୬ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଅଡିଓ ଟେପ୍ ଆସିବା ପରେ ଅସୀମଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବରଖାସ୍ତ କରିଥିଲେ। ନିଜେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କେଜ୍ରିୱାଲ ଘୋଷଣା କରିଥିଲେ ଆପ୍ ରେ କାହାର ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ । ଯଦି ତାଙ୍କର ବା ମନୀଷ ସିସୋଦିଆଙ୍କ କୌଣସି ଦୁର୍ନୀତି ସାମ୍ନାକୁ ଆସେ ତେବେ ଆମକୁ ମଧ୍ୟ କ୍ଷମା ମିଳିବ ନାହିଁ। ଅସୀମ ଅହମ୍ମଦ ଅଭିଯୋଗକୁ ଅଭିଯୋଗକୁ ଖଣ୍ଡନ କରିବା ସହ କେଜ୍ରିୱାଲଙ୍କ ଠାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କହିଥିଲେ।

ସେହିପରି ବିଭିନ୍ନ ବିବାଦରେ ଗିରଫ ହୋଇଥିବା ଆପ୍ ନେତାଙ୍କ ତାଲିକା ଲମ୍ବା ।ଜ୍ଝ ଏଥିମଧ୍ୟରୁ ସୋମନାଥ ଭାରତୀଙ୍କ ନାମ ପ୍ରମୁଖ, ଯିଏ କିଜ୍ରିୱାଲ ସରକାରରେ ମନ୍ତ୍ରୀ ରହିଆସିଛନ୍ତି। ତାଙ୍କ ପତ୍ନୀ ଘରୋଇ ହିଂସା ମାମଲା ଦାୟର କରିଥିଲେ। ଏହି ବିବାଦ ମଧ୍ୟରେ ସୋମନାଥ ଭାରତୀଙ୍କୁ ୨୦୧୪ ରେ ଇସ୍ତଫା ଦେବାକୁ ପଡିଲା। ଏହି ମାମଲାରେ ତାଙ୍କୁ ଗିରଫ କରାଯାଇ ୮ ଦିନ ଜେଲରେ ରହିବା ପରେ ଜାମିନ ମିଳିଥିଲା। ୱାକଫ ବୋର୍ଡରେ ଦୁର୍ନୀତି ଅଭିଯୋଗରେ ବିଧାୟକ ଅମାନତୁଲ୍ଲା ଖାନ ମଧ୍ୟ ଜେଲ ଯାଇଛନ୍ତି। ମଦ ଦୁର୍ନୀତି ମାମଲାରେ ନିକଟରେ ଗିରଫ ହୋଇଥିବା ବିଧାୟକ ପ୍ରକାଶ ଜରୱାଲ କିମ୍ବା ବିଜୟ ନାୟାର ହୁଅନ୍ତୁ, ଆପ୍ ରେ ବିବାଦୀୟ ଚେହେରା ସଂଖ୍ୟା କମ୍ ନାହିଁ ।

Get real time updates directly on you device, subscribe now.