fbpx

ଛତିଶଗଡ ଆକ୍ରମଣରେ ଲାଗିଥିଲା ୫୦ କେ.ଜି ବମ୍, ଭଡା ଗାଡ଼ିରେ ଯାଉଥିଲେ ସହିଦ ଯବାନ: ବିସ୍ଫୋରଣରେ ଉଡିଗଲା ଗାଡ଼ି

Advertisement

ମାଲକାନଗିରି: ଛତିସଗଡ଼ ଦାନ୍ତେୱାଡ଼ାରେ ମାଓବାଦୀ ମାନେ ଘାତ ଲଗାଇ କରିଥିବା ଆକ୍ରମଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆରଜି)ର ୧୦ ଯବାନ ସହିଦ ହୋଇଛନ୍ତ, ଯବାନ ମାନଙ୍କ ସହିଦ ଗାଡ଼ିର ଡ୍ରାଇଭର ମଧ୍ୟ ଜୀବନ ହରାଇଛନ୍ତି । ମାଓବାଦୀମାନେ ପ୍ରାୟ ୫୦ କେଜିର ଆଇଇଡି ଲଗାଇ ଯବାନ ଆସୁଥିବା ଗାଡ଼ିକୁ ଉଡ଼ାଇ ଦେଇଛନ୍ତି । ମାଓବାଦୀମାନେ ରାସ୍ତା ମଝିରେ ଲ୍ୟାଣ୍ଡମାଇନ୍ ଲଗାଇଥିଲେ, ଏହି ଆଇଇଡି ଏତେ ଶକ୍ତଶାଳି ଥିଲା ଯେ, ରାସ୍ତାରେ ପ୍ରାୟ ୧୦ରୁ ୧୨ ଫୁଟ୍‌ର ଗଭୀର ଗାତି ସୃଷ୍ଟି ହୋଇଥିଲା ଏବଂ ଯବାନ ମାନେ ଯାଉଥିବା ଗାଡ଼ି ଟୁକୁଡ଼ା ଟୁକୁଡ଼ା ହୋଇଯାଇଥିଲା ।

ବସ୍ତରର ଆଇଜି ସୁନ୍ଦରରାଜ କହିଛନ୍ତି ଯେ ନକ୍ସଲମାନେ ଆରାନପୁରର ପାଲନାର ଅଞ୍ଚଳରେ ଯବାନମାନଙ୍କୁ ଟାର୍ଗେଟ କରିଛନ୍ତି । ବର୍ତ୍ତମାନ ସର୍ଚ୍ଚ ଅପରେସନ୍ ଚାଲିଛି । ସୂଚନାନୁସାରେ, ଗତକାଲି ଡିଆରଜି ଯବାନମାନେ ଅପରେସନ୍‌ରେ ଯାଇଥିଲେ । ଫେରିବା ସମୟରେ ନକ୍ସଲମାନେ ଏହି ଆକ୍ରମଣ କରିଥିଲେ । ତେବେ ଯବାନମାନେ ଫେରିବା ସମୟରେ ଏକ ଭଡ଼ା ଗାଡ଼ିରେ ଫେରୁଥିବା ଜଣା ପଡିଛି । ତେବେ ସେମାନେ କାହିଁକି ଭଡ଼ା ଗାଡ଼ିରେ ଫେରୁଥିଲେ, ତାହା ଜଣାପଡିନାହିଁ ।

ଓଡ଼ିଶା ଏବଂ ଛତିଶଗଡ଼ ସୀମାରେ ମାଓବାଦୀ ମାନଙ୍କର ଆତ୍ମସମର୍ପଣରେ ଡିଆରଜି ଯବାନ ମାନେ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିର୍ବାହ କରିଥିଲେ । ଏହା ସହିତ ଅନେକ ନକ୍ସଲ ବର୍ତ୍ତମାନ ଛତିସଗଡ଼ ନକ୍ସଲ ବିରୋଧରେ ଡିଆରଜିରେ କାର୍ଯ୍ୟ କରୁଛନ୍ତି ।

Get real time updates directly on you device, subscribe now.