fbpx
BJD SKY
BJD SKY

ଇଲେକ୍ଟ୍ରିକ୍ ବସରେ ଚାର୍ଜିଂ ସମୟରେ ବ୍ଲାଷ୍ଟ୍: ଘଟଣାସ୍ଥଳରେ ଚାଲିଗଲା ମେକାନିକର ଜୀବନ, ୨ ଗୁରୁତର

BJD

ବରେଲି: ଇଲେକ୍ଟ୍ରିକ୍ ବସର ଏସିରେ ଗ୍ୟାସ୍ ଭରିବା ସମୟରେ ହୋଇଛି ବଡ଼ ଧରଣର ବିସ୍ଫୋରଣ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଅବହେଳା ଯୋଗୁଁ ଏପରି ହୋଇଥିବା ନେଇ ପୀଡିତମାନେ ଅଭିଯୋଗ କରିଛନ୍ତି । ୩ ସଦସ୍ୟଙ୍କ ଏକ ଟିମ୍ ଏହି ମାମଲାର ଯାଞ୍ଚ କରିବ ବୋଲି ଡିଏମ କହିଛନ୍ତି ।

ସୂଚନା ଅନୁସାରେ, ମିନି ବାଇପାସ୍ ଥିବା ସହର ପାଖରେ ତିଆରି ହୋଇଥିବା ସ୍ମାର୍ଟ ସିଟି ପ୍ରୋଜେକ୍ଟ ଅଧିନରେ ଇଲେକ୍ଟ୍ରିକ୍ ସିଟି ବସ୍ ସେବା ଚାର୍ଜିଂ ଷ୍ଟେସନରେ ‘ଇଲେକ୍ଟ୍ରିକ୍ ବସ୍’ ଚାର୍ଜିଂରେ ଲାଗିଥିଲା । କୁହାଯାଉଛି ଯେ, ବସର ଏସି କାମ କରୁନଥିଲା । ଏଥିପାଇଁ ଚାର୍ଜିଂକୁ ହଟାଇଦିଆଯାଇଥିଲା ଓ ଗ୍ୟାସ୍ ଭରାଯାଉଥିଲା । ଏହି ସମୟରେ କେହି ଜଣେ ଚାର୍ଜିଂ ପଏଣ୍ଟକୁ ପୁଣିଥରେ ଲଗାଇ ଦେଇଥିଲେ , ଯାହାଫଳରେ ବିସ୍ଫୋରଣ ହୋଇଥିଲା ।

ଏହି ଦୁର୍ଘଟଣାରେ ୩୨ ବର୍ଷୀୟ ମେକାନିକ୍ ବିଜୟ କୁମାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହା ସହିତ ଏସି ମେକାନିକ୍ ଓ ସର୍ଭିସ୍ ଇଞ୍ଜିନିୟର ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଖୁବ ଭୟଙ୍କର ଥିଲା ବୋଲି କୁହାଯାଉଛି । ଏଥିରେ ମୃତକ ଜଣକ ଅନେକ ଦୂର ପର୍ଯ୍ୟନ୍ତ ଉଡିକି ପଡିଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

Get real time updates directly on you device, subscribe now.