fbpx

ଭଦ୍ରକ ମେଡିକାଲ ପରିସରରେ ଅଭାବନୀୟ: ପରିତ୍ୟକ୍ତ ବ୍ୟାଗରୁ ମିଳିଲା ନବଜାତକ

ଭଦ୍ରକ: ବ୍ୟାଗ ଭିତରୁ ମିଳିଲା ନବଜାତକ ଶିଶୁ । ଏମିତି ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ । ସୂଚନା ଅନୁଯାୟୀ ମେଡିକାଲ ପରିସରରେ ଥିବା ଶୌଚାଳୟ ନିକଟରେ କିଛି ଲୋକେ ଏକ ବ୍ୟାଗ ଦେଖିଥିଲେ । ଦୀର୍ଘ ସମୟ ପରେ ବ୍ୟାଗ କେହି ନ ନେବାରୁ ଲୋକେ ଖୋଲି ଦେଖିଥିଲେ ।

ବ୍ୟାଗ ଭିତରେ ଏକ ନବଜାତକ ଥିବା ଦେଖିବା ପାଇଁ ମିଳିଥିଲା। ତେବେ ଏନେଇ ପୋଲିସ ଫାଣ୍ଡିରେ ଜଣାଇବା ପରେ ପୋଲିସ ଉପସ୍ଥିତିରେ ବ୍ୟାଗ୍ ଖୋଲିବା ପରେ ନବଜାତକର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି  । ବିଳମ୍ବିତ ରାତି ସମୟରେ କେହି ନବଜାତକ କୁ ବ୍ୟାଗ ରେ ଭର୍ତ୍ତି କରି ମେଡିକାଲ ପରିସର ରେ ଥିବା ଶୌଚାଳୟ ନିକଟ ରେ ଛାଡି ଯାଇଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.