fbpx

ଏହି ସଙ୍କେତ କହିଥାଏ ଆପଣଙ୍କ ପେଟରେ ଅଛି ଗଡ଼ବଡ଼: ନିଅନ୍ତୁ ପେଟର ଉଚିତ୍ ଧ୍ୟାନ

କୁହାଯାଏ ପେଟ ଭଲ ରହିଲେ ସବୁ ଭଲ । ଯଦି ଆମେ ପେଟକୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ତେବେ ତାହା ଆମ ପୂରା ଶରୀରକୁ ସୁସ୍ଥ ରଖିଥାଏ । କିନ୍ତୁ ଆଜିର ବଦଳୁଥିବା ସମୟରେ ଆମେ ସୁସ୍ଥ ଡାଏଟ ବଦଳରେ ବାହାରର ଜଙ୍କ୍ ଫୁଡ୍ ଖାଇବାର ଅଭ୍ୟାସ ହୋଇଗଲାଣି । ଫଳରେ ଏହାର ଅସୁବିଧା ଆମ ପେଟକୁ ଉଠାଇବାକୁ ପଡ଼ିଥାଏ । ଏମିତିରେ ଯଦି ଆପଣ ଏପର୍ଯ୍ୟନ୍ତ ପେଟ ପାଇଁ ଧ୍ୟାନ ଦେଉନାହାଁନ୍ତି ତେବେ ସତର୍କ ହୋଇଯାଆନ୍ତୁ । ଏହି ଖବର ଦ୍ୱାରା ଆମେ ଆପଣଙ୍କୁ କିଛି ଏଭଳି ଲକ୍ଷଣ ବିଷୟରେ କହିବୁ ଯାହାଦ୍ୱାରା ଆପଣ ପେଟର ସ୍ୱାସ୍ଥ୍ୟ ବିଷୟରେ ଅନୁମାନ କରିପାରିବେ ଏବଂ ଗଡ଼ବଡ଼ ହେବା ଦ୍ୱାରା ତାହାକୁ ସୁଧାରିପାରିବେ ।

ଜିଭରେ ଧଳା ପରସ୍ତ: ଯଦି ଆପଣଙ୍କ ଜିଭରେ ମଧ୍ୟ ଲମ୍ବା ସମୟ ଧରି ଧଳା ଆସ୍ତରଣ ଜମା ହେଉଛି । ତେବେ ଏହା ଆପଣଙ୍କ ପେଟ ଖରାପର ସଙ୍କେତ । ଧଳା ଜିଭ ଏକ ଚେତାବନୀର ସଙ୍କେତ । ଏହାଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ଉପରେ ଚାପ ପଡ଼ିବାର ସଙ୍କେତ । ଏଥିରୁ ଆପଣ ଜାଣିବା ଦରକାର ଯେ ଆପଣଙ୍କ ପାଚନ ତନ୍ତ୍ର ଠିକ୍ ଭାବରେ କାମ କରୁନାହିଁ ।

ଭୋକ ନଲାଗିବା: ପ୍ରତି ଥର ଖାଦ୍ୟ ଏବଂ ଏହାର ମାତ୍ରା ଅଗ୍ନିକୁ ମଜବୁତ କରିଥାଏ । ଥରେ ଖାଦ୍ୟ ଖାଇବା ପରେ ଏହାକୁ ହଜମ ହେବାକୁ ସମୟ ଦିଅନ୍ତୁ । ଖାଦ୍ୟ ମଧ୍ୟରେ ବ୍ୟବଧାନ ରହିବା ଜରୁରୀ । ଏହା ସହ ନିଜ ଡାଏଟକୁ ବାଲାନ୍ସ କରିବା ମଧ୍ୟ ଜରୁରୀ । ଅଧିକ ଖାଆନ୍ତୁ ନାହିଁ କି କମ୍ ଖାଆନ୍ତୁ ନାହିଁ । ବରଂ ଆବଶ୍ୟକୀୟ ମାତ୍ରାରେ ଖାଆନ୍ତୁ ।

ପେଟ ସମସ୍ୟା: ଯଦି ଆପଣ ଏସିଡିଟି, ଗ୍ୟାସ୍, ଯନ୍ତ୍ରଣା, ବାରମ୍ବାର ହାକୁଟି ଆସିବା, ପେଟ ଫୁଲିବା ଭଳି ସମସ୍ୟାର ଅନୁଭବ କରୁଛନ୍ତି ତେବେ ଏହା ମଧ୍ୟ ଖରାପ ପେଟର ସଙ୍କେତ ।

ବାରମ୍ବାର କୋଷ୍ଠକାଠିନ୍ୟ: କିମ୍ବା ଦସ୍ତ ହେବା ସ୍ୱାସ୍ଥ୍ୟ ଲକ୍ଷଣକୁ ଦର୍ଶାଇଥାଏ । ତେଣୁ ଭଲ ହେବ ଆପଣ ଆହାରରେ ଫାଇବର ସହ ଭରପୁର ଜିନିଷ ସାମିଲ କରନ୍ତୁ । ଯଦି ଆପଣଙ୍କୁ କବ୍ଚ ହେଉଛି ତେବେ ପ୍ରଚୁର ପରିମାଣରେ ଫଳ, ଶସ୍ୟଜାତୀୟ ଖାଦ୍ୟ ଖାଆନ୍ତୁ ।

ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୂଯାୟୀ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ପେଟର ସୁସ୍ଥ ହେବା ଜରୂରୀ ଏବଂ ଏହା ସେତେବେଳେ ହେବ ଯେତେବେଳେ ଆପଣ ପୁଷ୍ଟିକର ଖାଦ୍ୟ ଖାଇବେ । ତେଣୁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ ଏବଂ ଠିକ୍ ସମୟରେ ଖାଇବାଦ୍ୱାରା ଆପଣ ପେଟ ସମସ୍ୟାରୁ ମୁକ୍ତି ପାଇପାରିବେ ।

Get real time updates directly on you device, subscribe now.