ପୁଣି ପାକିସ୍ତାନର ଡ୍ରୋନ ଆଟାକ୍! ଜମ୍ମୁ-କାଶ୍ମୀରରେ ବ୍ଲାକ ଆଉଟ୍

ଜମ୍ମୁ-କାଶ୍ମୀର ସାମ୍ବାରେ ଉଡିଲା ପାକିସ୍ତାନୀ ଡ୍ରୋନ ।

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ପୁଣି ଶୁଭିଲା ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ । ସାମ୍ବାରେ ଏହି ଶବ୍ଦ ଶୁଭିଛି ।

ସାମ୍ବାରେ ପାକିସ୍ତାନୀ ଡ୍ରୋନ୍ ମାଡ଼ କରାଯାଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ପୁରା ସହରକୁ ବ୍ଲାକଆଉଟ୍ କରାଯାଇଛି ।

ଭାରତର ପ୍ରତିରକ୍ଷା ବାହିନୀ ଡ୍ରୋନକୁ ଅଟକାଇଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣର କିଛି ସମୟ ପରେ ଏହି ଘଟଣା ଦେଖାଯାଇଛି ।

ଏହି ସମୟର ଫଟୋ ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ନାଲି ରଙ୍ଗର ଧାର ଦେଖାଯାଉଥିବା ବେଳେ ଶବ୍ଦ ମଧ୍ୟ ହୋଇଥିବା ଜଣାପଡିଛି ।

ଏନେଇ ସେନା ପକ୍ଷରୁ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ପାକିସ୍ତାନ ଆଟାକ୍ କରିଥିବା ଡ୍ରୋନକୁ ଭାରତୀୟ ସେନା ପକ୍ଷରୁ ଡ୍ରୋନକୁ ଅକାମୀ କରିଦିଆଯାଇଛି ।  ପାକିସ୍ତାନ ପଟୁ ବହୁତ କମ୍ ସଂଖ୍ୟାରେ ଡ୍ରୋନ ଆସିଥିଲା, ଯାହାକୁ ଅକାମୀ କରିଦିଆଯାଇଛି ବୋଲି କୁହାଯାଇଛି ।