fbpx

ବୃଦ୍ଧି ପାଇଲା ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଆବେଦନର ଅବଧି : ତୁରନ୍ତ କରନ୍ତୁ ପଞ୍ଜିକରଣ

ଭୁବନେଶ୍ୱର : ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଆବେଦନ ଅବଧିର ସମସୟ ସୀମା ବୃଦ୍ଧି କରାଯାଇଛି । ଶେଷ ତାରିଖ ଅଗଷ୍ଟ ୭ ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ କରାଗଲା ।

ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ୨୦୨୩-୨୦୨୪ ପାଇଁ ହିତାଧିକାରୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଯୋଜନାରେ ଇଚ୍ଛୁକ ସାମ୍ବାଦିକ ଯେକୌଣସି ସ୍ୱୀକୃତିପ୍ରପ୍ତ ମୁଦ୍ରିତ କିମ୍ବା ବୈଦୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ନିହାତି ଜରୁରୀ । ଏନେଇ ରାଜ୍ୟ ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଥିଲା । http://owjws.odisha.gov.in ସାହାର୍ଯ୍ୟରେ ନିଜ ନାମକୁ ପଞ୍ଜିକରଣ କରିବା ସହ ଅନଲାଇନରେ ସ୍ୱାସ୍ଥ୍ୟବୀମା ନିମନ୍ତେ ଆବେଦନ ପତ୍ର ଦାଖଲ କରିବାକୁ ପଡ଼ିବ ବୋଲି କୁହାଯାଇଛି । ବର୍ତ୍ତମାନ ଏହାର ଧାର୍ଯ୍ୟ ତାରିଖ ଅଗଷ୍ଟ ୧୫କୁ ବୃଦ୍ଧି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରର ଉନ୍ନତ ଚିକିତ୍ସା ପାଇଁ ବୀମା ରାଶି ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.