fbpx

ବଢିଲା MoU ଅବଧି, କମିଲା କୋଭିଡ ଶର୍ଯ୍ୟା

ଭୁବନେଶ୍ୱର,୨୯ ।୧୦(ଓଡିଶା ଭାସ୍କର): କୋଭିଡ ଚିକିତ୍ସା ସେବା ଯୋଗାଉଥିବା ସଂସ୍ଥା ସହ ବଢିଛି MoU ଅବଧି । ଡିସେମ୍ବର ୩୧ ଯାଏଁ MoU ଅବଧି ବଢାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବୈଷୟିକ କମିଟିର ପରାମର୍ଶକ୍ରମେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କୋଭିଡ କେନ୍ଦ୍ରରେ ସାଧାରଣ ଶର୍ଯ୍ୟା କମାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ଆଇସିୟୁ ଶର୍ଯ୍ୟା, ଡାଏଲିସିସ୍ ଓ ପ୍ରସୂତି ଗୃହ ସୁବିଧା ଜାରି ରହିବ । ଉପଯୁକ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

Get real time updates directly on you device, subscribe now.