fbpx

ସାରା ରାଜ୍ୟରେ ଦୁଇଦିନ ପ୍ରବଳ ବର୍ଷିବ: ୬ଜିଲ୍ଲାକୁ ସତର୍କ, ତାଣନ୍ତୁ କେଉଁ କେଉଁ ଜିଲ୍ଲା ଅଛି ସାମିଲ

ଭୁବନେଶ୍ୱର, ୧ା୯(ଓଡ଼ିଶା ଭାସ୍କର): ଗତ ୩ରୁ ୪ଦିନ ହେବ ପାଗ ଶୁଖିଲା ରହିଥିଲା । କିନ୍ତୁ ଏବେ ସାରା ରାଜ୍ୟରେ ଦୁଇ ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୬ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ୬ଜିଲ୍ଲାଗୁଡ଼ିକ ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ ଓ ବାଲେଶ୍ୱର । ସେହିପରି ରାଜ୍ୟରେ ୭ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ୭ଜିଲ୍ଲା ଗୁଡ଼ିକ ଯାଜପୁର,ଭଦ୍ରକ, କେନ୍ଦ୍ରାପଡ଼ା, ଢ଼େଙ୍କନାଳ, ଗଜପତି, ସମ୍ବଲପୁର, ବରଗଡ଼ । ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.