fbpx

ଫେସବୁକ, ହ୍ୱାଟସଆପ, ଇନଷ୍ଟାଗ୍ରାମ ସର୍ଭର ଡାଉନ: ଲଗ୍ ଇନ୍ କରିପାରୁ ନାହାନ୍ତି ହଜାର ହଜାର ୟୁଜର୍ସ

ନୂଆଦିଲ୍ଲୀ: ମେଟାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଆପ୍ ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟସଆପର ସର୍ଭର ପୁଣି ଥରେ ଡାଉନ୍ ହୋଇଯାଇଛି । ଏହାଫଳରେ ହଜାର ହଜାର ୟୁଜର୍ସ ଲଗ୍ ଇନ୍ କରିପାରୁ ନାହାନ୍ତି । ସୋସିଆଲ ମିଡ଼ିଆ ଆପର ଏହି ଆଉଟେଜ ଫଳରେ ହଜାର ହଜାର ଆମେରିକୀୟ ୟୁଜର୍ସ ପ୍ରଭାବିତ ହୋଇଛନ୍ତି । ଆମେରିକାର ୧୩ ହଜାର ୟୁଜର୍ସଙ୍କ ଇନଷ୍ଟାଗ୍ରାମ, ୫୪୦୦ ୟୁଜର୍ସଙ୍କ ଫେସବୁକ ଓ ୧୮୭୦ ୟୁଜର୍ସଙ୍କ ହ୍ୱାଟସଆପରେ ଆଉଟେଜ ସମସ୍ୟା ଦେଖାଦେଥିବା ଡାଉନ୍ ଡିଟେକ୍ଟର ପକ୍ଷରୁ ଜଣାପଡ଼ିଛି ।

ଡାଉନ୍ ଡିଟେକ୍ଟର ନିଜର ପ୍ଲାଟଫର୍ମରେ ୟୁଜର୍ସଙ୍କ ଦ୍ୱାରା ସବମିଟ୍ କରଯାଇଥିବା ଇସ୍ୟୁଗୁଡ଼ିକୁ ଏକତ୍ର କରି ଆଉଟେଜକୁ ଟ୍ରାକ କରଥାଏ । ଏହି ଆଉଟେଜ ଫଳରେ ୟୁଜର୍ସ ବହୁମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସବମିଟ କରାଯାଇଥିବା ଇସ୍ୟୁଗୁଡ଼ିକର ଡାଟା ଦୃଶ୍ୟମାନ ହେଉଛି । ମେଟା ପ୍ଲାଟଫର୍ମର ଆପଗୁଡ଼ିକର ଏହି ଆଉଟେଜ କାରଣରୁ ଅନେକ ୟୁଜର୍ସଙ୍କର ଫେସବୁକ-ଇନଷ୍ଟାଗ୍ରାମରେ ପୋଷ୍ଟ କରିବା, ଫୀଡ ରିପ୍ରେଶ କରିବାରେ ସମସ୍ୟା ଦେଖାଦେଇଥିଲା । ଅନେକ ୟୁଜର୍ସ ହ୍ୱାଟସଆପ ଆକ୍ସେସ କରିପାରି ନଥିଲେ ।

ସୂଚନା ଯୋଗ୍ୟ ଯେ, ଅନେକ ସମୟରେ ସୋସିଆଲ ମିଡ଼ିଆ ଆପର ସର୍ଭର ଡାଉନ୍ ହୋଇଥାଏ । ଗତବର୍ଷ ଇନଷ୍ଟାଗ୍ରାମ ସର୍ଭର ଡାଉନ ହେବା ଫଳରେ ୟୁଜର୍ସଙ୍କ ଫନି ମିମ୍ସ ଓ ଟୁଇଟସ ଭାଇରାଲ ହୋଇଥିଲା । ଗତ ୨୦୨୧ରେ ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟସଆପର ସର୍ଭର ଦୀର୍ଘ ୬ ଘଣ୍ଟା ଧରି ଡାଉନ୍ ରହିଥିଲା । ଫଳରେ ମେଟାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ୫୨ ହଜାର କୋଟି ଟଙ୍କାର କ୍ଷତି ସହିଥିଲେ । ଏହି ଘଟଣାକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା ।

Get real time updates directly on you device, subscribe now.