fbpx

ବନ୍ଦ ହୋଇପାରେ Facebook ଓ Instagram: ୟୁରୋପରେ ଲାଗୁହେଲା ନୂଆ ନିୟମ

ନୂଆଦିଲ୍ଲୀ: ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି । କମ୍ପାନୀ ଖୁବଶୀଘ୍ର ଫେସବୁକ ଓ ଇନଷ୍ଟାଗ୍ରାମର ସେବାକୁ ବନ୍ଦ କରିପାରେ । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଯଦି କମ୍ପାନୀକୁ ୟୁଜର୍ସଙ୍କ ଡାଟାକୁ ଆମେରିକା ବେସଡ୍ ସର୍ଭରରେ ଟ୍ରାନ୍ସଫର, ଷ୍ଟୋର ଓ ପ୍ରୋସେସ୍ କରିବାର ଅପ୍ସନ ନ ମିଳିବ, ତେବେ ୟୁରୋପରେ ଏହି ସେବାକୁ ବନ୍ଦ କରିବାକୁ ପଡ଼ିପାରେ । ନିକଟରେ ୟୁରୋପରେ ଡାଟା ଟ୍ରାନ୍ସଫରକୁ ନେଇ ଏକ ବଡ଼ ପଦକ୍ଷେପ ନିଆଯାଇଛି । ପୂର୍ବରୁ କମ୍ପାନୀକୁ ପ୍ରାଇଭେସି ସିଲ୍ଡ ଓ ଅନ୍ୟ ମଡେଲ ଏଗ୍ରିମେଣ୍ଟ ମାଧ୍ୟମରେ ଡାଟା ଟ୍ରାନ୍ସଫର ସୁବିଧା ମିଳୁଥିଲା । ଏହା ସହାୟତାରେ ମେଟା ୟୁରୋପୀୟ ୟୁଜର୍ସଙ୍କ ଡାଟା ଆମେରିକା ସର୍ଭରରେ ଷ୍ଟୋର କରୁଥିଲା । ମାତ୍ର ନିକଟରେ ଏହି ନିୟମକୁ ଅବୈଧ ଘୋଷଣା କରାଯାଇଛି ।

ତେବେ ଏନେଇ ମେଟା ପକ୍ଷରୁ କୁହାଯାଇଛି ଯେ, କମ୍ପାନୀ ପୂର୍ବରୁ ୟୁରୋପୀୟ ଡାଟାକୁ ଆମେରିକୀୟ ସର୍ଭରରେ ଟ୍ରାନ୍ସଫର ପାଇଁ ପ୍ରାଇଭେସି ସିଲ୍ଡ ନିୟମର ବ୍ୟବହାର କରୁଥିଲା । ମାତ୍ର ଗତ ୨୦୨୦ ମସିହା ଜୁଲାଇ ମାସରେ କୋର୍ଟ ଏହାକୁ ରର୍ଦ୍ଦ କରିଦେଇଥିଲେ । ଯଦି ଏ ବାବଦରେ ଏକ ନୂଆ ଫ୍ରେମୱାର୍କ ପ୍ରସ୍ତୁତ କରାନଯାଏ, ତେବେ କମ୍ପାନୀକୁ ୟୁରୋପରେ ଫେସବୁକ ଓ ଇନଷ୍ଟାଗ୍ରାମ ପରି ସେବାକୁ ବନ୍ଦ କରିବାକୁ ପଡ଼ିବ ।

Get real time updates directly on you device, subscribe now.