fbpx

ଫେସବୁକର ହେଉଛି ଦୂରୁପଯୋଗ: ବର୍ଷକୁ ମିଳୁଛି ୧୫ ଧମକ, ୫ ଉତ୍ତେଜନାମୂଳକ ପୋଷ୍ଟ, ଜାଣନ୍ତୁ କଣ କହିଲା କମ୍ପାନୀ

ନୂଆଦିଲ୍ଲୀ: ଫେସବୁକ୍ ର ଦୂର୍ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଖୁବ୍ ୂକମ୍ ରହିଥିବେ ଯେଉଁ ମାନଙ୍କ ଫୋନ୍ ରେ ଫେସବୁକ୍ ନଥିବ । ତେବେ ୟୁଜର୍ସ ଏଥିରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କିଛି ଅସାମାଜିକ ଲୋକେ ଏହି ପ୍ଲାଟଫର୍ମର ଦୁର୍ବବ୍ୟହାର କରୁଛନ୍ତି । ତେବେ ଫେସବୁକ୍ ଏବେ ନିଜେ ସ୍ୱୀକାର କରିଛି ଯେ, ପ୍ଲାଟଫର୍ମରେ ୟୁଜର୍ସଙ୍କୁ ଧମକ ଦିଆଯାଉଛି । ଏଥିସହିତ ବାରମ୍ବାର ବାରଣ ପରେ ବି ଉତ୍ତେଜନାମୂଳକ ପୋଷ୍ଟ କରାଯାଉଛି ।

ଏହାର ଏକ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ, ୧ ବର୍ଷ ମଧ୍ୟରେ ପ୍ରତି ୧୦ ହଜାର ପୋଷ୍ଟ ଓ ଅନ୍ୟାନ୍ୟ ଜିନିଷ ମଧ୍ୟରୁ ୧୫ଟି ହେଉଛି ଅନଲାଇନ ଧମକ ଦିଆଯାଉଥିବା ଭଳି ବିଷୟବସ୍ତୁ । ସେହିପରି ଉତ୍ତେଜନା ମୂଳକ ଓ ଉସକାଇବା ଭଳି ପୋଷ୍ଟ ମଧ୍ୟ ଲଗାତର ଭାବେ ହେଉଛି । ଏଥିରେ ଉତ୍ତେଜନା ମୂଳକ ଓ ଉସକାଇବା ଭଳି ପୋଷ୍ଟ ୫ଟି ଦେଖିବାକୁ ମିଳୁଥିବା ବେଳେ ଘୃଣା ସୃଷ୍ଟି କରୁଥିବା ଭଳି ବିଷୟବସ୍ତୁ ରହିଛି ତିନିଟି ।

ଫେସବୁକର ସର୍ବଶେଷ କମ୍ୟୁନିଟି ଷ୍ଟାଣ୍ଡାର୍ଡ କମ୍ପ୍ଲେନ୍ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଏହି ରିପୋର୍ଟ ୨୦୨୧ ର ତୃତୀୟ ତ୍ରୟ ମାସିକ ଜୁଲାଇରୁ ସେପ୍ଟେମ୍ବର ପର୍ୟ୍ୟନ୍ତର ତଥ୍ୟ ହୋଇଥିବା ଜଣାପଡ଼ିଛି । ଏହି ଆଧାରରେ ୧.୩୬ କୋଟି ବିଷୟବସ୍ତୁକୁ ଫେସବୁକରୁ ହଟାଇ ଦିଆଯାଇଛି । ଏଥିମଧ୍ୟରୁ କେବଳ ୩.୩ ପ୍ରତିଶତ ୟୁଜର୍ୟ ରିପୋର୍ଟ କରିଥିଲେ । ଫେସବୁକ ସ୍ୱୀକାର କରିଛି ଯେ ତିନି ମାସ ମଧ୍ୟରେ ପ୍ଲାଟଫର୍ମରେ ୯୨ ଲକ୍ଷ ଥର ୟୁଜର୍ସଙ୍କୁ ଧମକ ଓ ହଇରାଣ କରାଯାଇଛି । ଘୃଣା ପ୍ରସାର କରୁଥିବା ବିଷୟବସ୍ତୁ ପ୍ରଥମେ ଇନଷ୍ଟାଗ୍ରାମରେ ଅନୁସନ୍ଧାନ କରାଯାଇଥିଲା, ଏହା ୧୦ ହଜାର ମଧ୍ୟରୁ ଦୁଇଟି ମିଳିଥିଲା ।

Get real time updates directly on you device, subscribe now.