fbpx

Big Breaking… ୭ ଘଣ୍ଟା ପର୍ଯ୍ୟନ୍ତ କଲେଜରେ ରହିବେ ଅଧ୍ୟାପକ: ଉଚ୍ଚଶିକ୍ଷା ବିଭାଗ ନେଲା ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: କଲେଜରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି ଉଚ୍ଚ ଶିକ୍ଷା ବିଭାଗ । ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନେବା ପରେ ଏଭଳି ଆଦେଶ ଜାରି କରାଯାଇଛି । ଶିକ୍ଷା ବିଭାଗର ଆଦେଶ ଅନୁସାରେ, ଏଣିକି କଲେଜରେ ୭ ଘଣ୍ଟା ପର୍ଯ୍ୟନ୍ତ ରହିବେ ଅଧ୍ୟାପକ-ଅଧ୍ୟାପିକା । ସମସ୍ତ କଲେଜର ଅଧ୍ୟାପକମାନଙ୍କୁ ଏଭଳି ନୋଟିସ ଜାରି ହୋଇଛି । ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଦୈନିକ ଉପସ୍ଥାନ ୭ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ସୁପାରିଶ କରାଯାଇଛି । ସେହିପରି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛି ଶିକ୍ଷା ବିଭାଗ । ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ଅତି କମ୍ ରେ ୭୫% ପର୍ଯ୍ୟନ୍ତ ରଖିବା ଉପରେ ଉଚ୍ଚ ଶିକ୍ଷା ବିଭାଗ ଗୁରୁତ୍ୱ ପ୍ରଦାନ କରିଛି । ସେହିପରି ଭଲ ନାକ୍ ଗ୍ରେଡ ପାଇଥିବା କଲେଜକୁ ଭିତ୍ତିଭୂମି ପାଇଁ ଅଧିକ ଅର୍ଥ ଦିଆଯିବା ନେଇ ଏହି ବୈଠକରେ ନିଷ୍ପତ୍ତି ନେଇଛି ବିଭାଗ ।

Get real time updates directly on you device, subscribe now.