fbpx

ଫସର ଫାଟିଲା ଫାଫଙ୍କ ଦମଦାର ଇନିଂସ: ଓଡିନଙ୍କ ଧୂଆଁରେ ଉଡିଲେ ଆରସିବି ବୋଲର

ନୂଆଦିଲ୍ଲୀ: ମୁମ୍ବାଇର ଡି ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ତୃତୀୟ ମ୍ୟାଚରେ ବିଜୟୀ ହୋଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିନ୍ତୁ ଦମଦାର ବ୍ୟାଟିଂ କରିଥିଲା । ଫାଫ ଡୁପ୍ଲେସିସଙ୍କ ଧୂଆଁଧାର ୮୮ ରନ ବଳରେ ଆରସିବି ନିର୍ଦ୍ଧାରିତ ଓଭରରେ ୨ ୱିକେଟ ହରାଇ ୨୦୫ ରନ କରିଥିଲା । ଜବାବରେ ୧୯ ଓଭରରେ ୫ ୱିକେଟ ହରାଇ ବିଜୟୀ ହୋଇଥିଲା କିଙ୍ଗସ୍ । ପଞ୍ଜାବ ଇନିଂସରେ ଗୋଟିଏ ବି ଅର୍ଦ୍ଧଶତକ ନଥିଲା । କ୍ୟାପଟେନ୍ସି ଡେବ୍ୟୁରେ ଡୁପ୍ଲେସିସ୍୮୮ ରନ କରିଥିଲେ । ୫୭ ବଲର ଇନିଂସରେ ୩ ଚୌକା ଓ ୭ ଛକା ସାମିଲ ଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅନୁଜ ରାୱତ ୨୧ ରନ କରିଥିଲେ । ଶେଷ ଆଡକୁ ପୂର୍ବତନ ଅଧିନାୟକ କୋହଲି ୪୧ ଏବଂ ଦୀନେଶ କାର୍ତ୍ତିକ ଦ୍ରୁତ ୩୨ ରନ କରି ଦଳୀୟ ସ୍କୋର ୨୦୦ ପାର କରାଇଥିଲେ । ୧୪ ବଲ ଖେଳିଥିବା କାର୍ତ୍ତିକ ୩ଟି ଲେଖାଏଁ ଛକା ଓ ଚୌକା ମାରିଥିଲେ । ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ଓ ରାହୁଲ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୨୦୬ ରନର ପିଛା କରୁଥିବା ପଞ୍ଜାବକୁ ଏକ ଭଲ ଆରମ୍ଭ ଦେଇଥିଲେ ମୟଙ୍କ ଅଗ୍ରୱାଲ(୩୨) ଓ ଶିଖର ଧୱନ୍(୪୩) । ପ୍ରଥମ ୱିକେଟରେ ଉଭୟ ୭୧ ରନ ଯୋଡିଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ ଭାନୁକା ରାଜ୍ପକ୍ଷେ ମଧ୍ୟ ୨୨ ବଲରୁ ୪୩ ରନ କରି୍ଥିଲେ । ଲିଆମ ଲିଭିଙ୍ଗଷ୍ଟୋନଙ୍କ ଦମଦାର ୧୦ ରନ ବେଳକୁ ବି ମ୍ୟାଚ ଆରସିବି ହାତରେ ଥିଲା । କିନ୍ତୁ ଶେଷ ଆଡକୁ ଓଡିନ୍ ସ୍ମିଥ ୮ ବଲରୁ ୨୫ ରନ କରି ଦଳକୁୂ ଫିନିଶ ଲାଇନ ପାର କରିଥିଲେ । ମହମ୍ମଦ ସିରାଜ ୨ଟି ୱିକେଟ ନେଇଥିଲେ ହେଁ ୫୯ ରନ ବ୍ୟୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆକାଶ ଦୀପ୍, ହସରଙ୍ଗା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.