fbpx
BJD
BJD SKY
BJD SKY

ନାଲିବତୀ କାର ସହ ଧରାପଡ଼ିଲେ ନକଲି ପୋଲିସ: ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ

BJD

ମାଲକାନଗିରି, ୧୦ା୧ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲା କାଲିମେଳା ଛକରୁ ଏକ ଗଞ୍ଜେଇ ଚାଲାଣକାରୀ ଗ୍ୟାଙ୍ଗକୁ ଠାବ କରାଯାଇଛି । ସେମାନଙ୍କ ନିକଟରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ତେବେ ଏହି ଚାଲାଣରେ ସାମିଲ ଥିବା ବିହାରର ୩ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିଛି । ପୋଲିସ ପୋଷାକ ପିନ୍ଧି ଇନୋଭା କାରରେ ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡ଼ିଛି ।

ସମସ୍ତ ଦୁର୍ବୃତ୍ତ ପୋଲିସ ପୋଷାକରେ ରହିଥିବା ବେଳେ ଇନୋଭା କାରରେ ନକଲି ନମ୍ବର ଲଗାଇଥିଲେ । କାରରେ ନାଲିବତୀ ଲାଗିଥିବା ସହ ଓଡ଼ିଶାର ନମ୍ବର ଲାଗିଥିଲା । ଦୁର୍ବୃତ୍ତମାନେ ନିଜକୁ ବିହାରର ରାଜ୍ୟର ବୋଲି ପରିଚୟ ଦେଇଥିଲେ ମଧ୍ୟ ସେମାନଙ୍କ କଥାବାର୍ତ୍ତାରେ ତାଳମେଳ ରହୁନଥିଲା । ତେବେ ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଉକ୍ତ ୩ ଚାଲାଣକାରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗଞ୍ଜେଇ ନାକାମାମୁଡ଼ି ଅଞ୍ଚଳରୁ ବିହାରକୁ ଚାଲାଣ କରୁଥିଲେ ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.