fbpx
BSKY
BJD MC SKY
BJD YOUTH SKY

ଦିଲ୍ଲୀରେ ଚାଷୀଙ୍କୁ ଟ୍ରାକ୍ଟର ରାଲି ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ, ୨୪ା୧: କୃଷି ଆଇନ ବିରୋଧରେ ଚାଷୀମାନେ ଆସନ୍ତା ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ରାଲି ଦ୍ୱାରା ସାଧାରଣତନ୍ତ୍ର ଦିବସ ସମାରୋହରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥିଲା । ତେଣୁ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାର ଏହାକୁ ବିରୋଧ କରିଆସୁଥିଲେ । ତେବେ ଏକ ବିକଳ୍ପ ମାର୍ଗରେ ଟ୍ରାକ୍ଟର ରାଲି କରିବା ପାଇଁ ଚାଷୀମାନଙ୍କୁ ଅନୁମତି ମିଳିଛି ।

ତେବେ ଚାଷୀଙ୍କୁ ନେଇ ଆଉ ଏକ ଖବର ନଜରକୁ ଆସିଛି । ଗତକାଲି ଚାଷୀମାନେ ସିଂଘୁ ସୀମାରୁ ଜଣେ ଯୁବକଙ୍କୁ ସନ୍ଦେହଜନକ ଭାବେ ଅଟକ ରଖିଥିଲେ । ତେବେ ଚାରି ଜଣ ଚାଷୀଙ୍କୁ ହତ୍ୟା କରିବାକୁ ଦିଲ୍ଲୀ ପୋଲିସ ତାଙ୍କୁ ପଠାଇଥିଲା ବୋଲି ଯୁବକ ଜଣକ କହିଥିଲେ । ମାତ୍ର ହରିଆଣା ପୋଲିସ ଆଗରେ ସେ ନିଜର ବୟାନ ବଦଳାଇଥିଲେ । କିଛି ଚାଷୀ ତାଙ୍କୁ ଅପହରଣ କରି ଧମକ ଦେବା ସହ ସାମ୍ବାଦିକଙ୍କ ଆଗରେ ମିଥ୍ୟା ବୟାନ ଦେବାକୁ ବାଧ୍ୟ କରିଥିଲେ ବୋଲି ଯୁବକ ଜଣକ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.