fbpx

ଗୁରୁପ୍ରିୟା ସେତୁରେ ଅଚଳ ଲାଇଟ ଓ ସିସି କ୍ୟାମେରାର ମରାମତି ଆଜି କରାଗଲ।

ମାଲକାନଗିରି , ୨୪ା୧ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଲାଇଫ ଲାଇନ କୁହାଯାଉଥିବା ଗୁରୁପ୍ରିୟା ସେତୁରେ ସୁରକ୍ଷା ଦୃଷ୍ଟିରୁ ଲାଗିଥିବା ସିସି କ୍ୟାମେରା, ଏଲିଡି ଲାଇଟ, ସୌର ଶକ୍ତି ଦ୍ଵାରା ଚାଲୁଥିବା ଲାଇଟ୍ ଗୁଡ଼ିକ ବହୁତ ଦିନ ହେଲା ଅଚଳ ହୋଇପଡ଼ିଥିଲା । ଉକ୍ତ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନିକ କ୍ଷେତ୍ରରେ ତତପରତା ଦେଖାଦେଇଛି । ଲାଗି ରହିଥିବା ଏହି ସମସ୍ୟା ଉପରେ ଗୁରୁତ୍ବ ଦେଇ ଏହାର ରକ୍ଷଣା ବେକ୍ଷଣ ନେଇଥିବା ସଂସ୍ଥା ଦ୍ଵାରା ମରାମତି ଓ ନୂତନ ଲାଇଟ୍ ଲଗାଇ ଆଜିଠୁ କାର୍ଯ୍ୟକ୍ଷମ କରାଯାଇଛି । ଅଚଳ ହୋଇ ପଡିଥିବା ଲାଇଟ ଓ ସିସି କ୍ୟାମେରା ଠିକ ହେବା ସହ ଗୁରୁପ୍ରିୟା ପୁଣିଥରେ ଅ।ଜି ସଂନ୍ଧ୍ୟା ପରେ ସମ୍ପୂର୍ଣ୍ଣ ଅ।ଲୋକିତ ହୋଇ ଉଠିବ ବୋଲି କୁହା ଯାଇଛି।

Get real time updates directly on you device, subscribe now.