fbpx

ସରକାରୀ ଅଫିସରଙ୍କୁ ଧମକ: ୧୦ କୋଟି ନଦେଲେ ଭାଇରାଲ୍ ହେବ ଫଟୋ

ଗାଜିଆବାଦ, ୨୪ା୧: ଜଣେ ସରକାରୀ ଅଫିସରଙ୍କୁ ୧୦ କୋଟି ଟଙ୍କା ଦେବା ପାଇଁ ଧମକ ଦେଇଛନ୍ତି ଜଣେ ଠକ । ଏନେଇ ଅଫିସର ଜଣଙ୍କୁ ପୋଲିସରେ ଏକ ମାମଲା ଦାୟର କରିଛନ୍ତି । ତେବେ ହ୍ୟାକର ଜଣକ ଅଫିସରଙ୍କର ବ୍ୟକ୍ତିଗତ ଫଟୋ ସହ ପାରିବାରିକ ତଥ୍ୟକୁ ସୋସିଆଲ ମିଡ଼ିଆରେ ପ୍ରଘଟ କରିଦେବେ ବୋଲି ଧମକ ଦେଇଛନ୍ତି । ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳରେ । ବସୁନ୍ଧରା କଲୋନୀରେ ରହୁଥିବା ରାଜୀବ କୁମାରଙ୍କୁ ହ୍ୟାକରମାନେ ଇ-ମେଲ ଯୋଗେ ଧମକ ଦେଇଛନ୍ତି । ଏପରିକି ଠକମାନେ ରାଜୀବଙ୍କ କ୍ୱାର୍ଟରରେ ପହଞ୍ଚି ବାରମ୍ବାର ବେଲ ବଜାଇ ହଇରାଣ ହରକତ କରୁଥିବା ଜଣାପଡ଼ିଛି । ପ୍ରଥମେ ରାଜୀବ ଇ-ମେଲ ଧମକକୁ ଗମ୍ଭୀରତାର ସହ ନେଇନଥିଲେ । ପରେ ଠକମାନେ ତାଙ୍କୁ ୧୦ କୋଟି ଟଙ୍କା ମାଗିବା ସହ ବ୍ୟକ୍ତିଗତ ଡାଟା ଲିକ୍ କରିଦେବାକୁ ଧମକ ଦେଇଥିଲେ । ବାଧ୍ୟ ହୋଇ ରାଜୀବ ପୋଲିସର ସହାୟତା ନେଇଥିଲେ । ଏନେଇ ଆଇଟି ଆକ୍ଟ ଧାରା ୬୬ଡିରେ ଏକ ମାମଲା ରୁଜୁ କରାଯାଇଛି । ତେବେ ଖୁବଶୀଘ୍ର ହ୍ୟାକରମାନେ ଧରାପଡ଼ିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.