fbpx
BJD SKY
BJD SKY

ଅକ୍ସିଜେନ୍ ଅଭାବରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମିଳିବ ୫ ଲକ୍ଷ ଟଙ୍କା, ଘୋଷଣା କଲେ ସରକାର

BJD

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ବେଳେ ମୃତ୍ୟୁ ସଂଖ୍ୟା ଖୁବ୍ ବଢ଼ିଯାଇଛି । ଖାସ୍ କରି ଅକ୍ସିଜେନ୍ ଅଭାବରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ହେଲେ ଏହା ଭିତରେ ଦିଲ୍ଲୀ ସରକାର ଆଜି ଏକ ବଡ ଘୋଷଣା କରଇଛନ୍ତି । ସେ କହିଛନ୍ତି ଯେ, ଅକ୍ସିଜେନ୍ ଅଭାବରେ ମୃତ୍ୟୁବରଣ କରିଥିବା କରୋନା ରୋଗୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁଦାନ ଦିଆଯିବ । ଏଥିପାଇଁ ଆମ୍ ଆଦମୀ ପାର୍ଟି ଏକ ସ୍ୱତସ୍ତ୍ର କମିଟି ପ୍ରସ୍ତୁତ କରିଛନ୍ତି । କେଉଁ ମାନଙ୍କୁ ଏହି ରାଶି ପ୍ରଦାନ କରାଯିବ ସେ ନେଇ ଏହି କମିଟି ତଦାରଖ କରିବ । ସେହିପରି ଏହି କମିଟିରେ ୬ଜଣ ଡାକ୍ତର ରହିବେ ବୋଲି ସୂଚନା ରହିଛି ।

ସରକାରଙ୍କ ପକ୍ଷରୁ ଆଜି ଏକ ଆଦେଶ ଜାରି କରାଯାଇଛି । ସେଥିରେ କୁହାଯାଇଛି ଯେ, ଗଠିତ କମିଟି ପାଖରେ ଅକ୍ସିଜେନ୍ ସପ୍ଲାଏ ଠାରୁ ଆରମ୍ଭ କରି ଏହାର ଷ୍ଟୋରେଜ୍ ସମ୍ବନ୍ଧିତ ସବୁପ୍ରକାରର ଦସ୍ତାବିଜ୍ ର ସୂଚନା ଯାଞ୍ଚ କରିବାର ଅଧିକାର ରହିବ । କମିଟି ଏହା ମଧ୍ୟ ଯାଞ୍ଚ କରିବ ଯେ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ମହଜୁଦ୍ ଅଛି କି ନାହିଁ । ଆଉ ପ୍ରତିି ସପ୍ତାହରେ ଏ ସମ୍ପର୍କିତ ରିପୋର୍ଟ ପ୍ରମୁଖ ସଚିବକୁ ଦିଆଯିବ ।

Get real time updates directly on you device, subscribe now.