fbpx

ସରକାରଙ୍କ ଦ୍ୱାରା ଜାରି ହେଲା ଲଟେରି ଟିକେଟ୍: ଭ୍ୟାକ୍ସିନ ନେଲେ ଜିତିପାରିବେ ୧୦ କୋଟି, ଜାଣନ୍ତୁ ଓଡ଼ିଶାରେ ଏହା ଉପଲବ୍ଧ ହେବ ନା ନାହିଁ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଆତଙ୍କ ଜାରି ରହିଛି । ଏହି ଭାଇରସକୁ ମାତ୍ ଦେବା ପାଇଁ ଭ୍ୟାକ୍ସିନର ଯୁଦ୍ଧ ଚାଲିଛି । ଆମେରିକା, ୟୁରୋପ ସହ ଭାରତରେ ମଧ୍ୟ ଟିକାକରଣ ବଡ଼ ଆକାରରେ ଚାଲିଛି । ତେବେ କିଛିଦିନ ତଳେ ଉତ୍ତରପ୍ରଦେଶର କିଛି ଲୋକ ଟିକା ଡରରେ ନଦୀକୁ ଡେଇଁ ପଡ଼ିଥିଲେ । ତେଣୁ ଲୋକଙ୍କ ମନରେ ଟିକାକରଣ ନେଇ ଆଗ୍ରହ ସୃଷ୍ଟି କରିବା ପାଇଁ ଲଟେରି ସିଷ୍ଟମ ପ୍ରଚଳନ କରାଯାଇଛି । ଆପଣ ଟିକା ନେଇ ୧୦ କୋଟି ଟଙ୍କାର ଲଟେରି ଜିତିପାରିବେ ।

ଆମେରିକାର କାଲିଫର୍ଣ୍ଣିଆରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଅଧିକ ସଂଖ୍ୟାରେ ଲୋକଙ୍କୁ ଟିକାକରଣ କରିବାକୁ ସରକାର ଏହି ଲୋଭନୀୟ ଅଫରର ଶୁଭାରମ୍ଭ କରିଛନ୍ତ । ଏହି ପ୍ରକ୍ରିୟାରେ ଜଣେ ବ୍ୟକ୍ତି ପ୍ରାୟ ୧୦ କୋଟି ଟଙ୍କା ଜିତିବାର ସମ୍ଭାବନା ରହିଛି । ରିପୋର୍ଟ ମୁତାବକ, ୧୦ ଜଣଙ୍କୁ ୧୦ କୋଟି ଲେଖାଏଁ, ୩୦ ଜଣଙ୍କୁ ପ୍ରାୟ ୩୬ ଲକ୍ଷ ଲେଖାଏଁ ଓ ୨୦ ଲକ୍ଷ ଲୋକଙ୍କୁ ତିନି ହଜାରରୁ ଅଧିକ ଟଙ୍କା ଲେଖାଏଁ ପୁରସ୍କାର ଆକାରରେ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏଥିପାଇଁ ବର୍ତ୍ତମାନ ସୁଦ୍ଧା ୨୭ ଲକ୍ଷରୁ ଅଧିକ ଲୋକଙ୍କ ରେଜିଷ୍ଟ୍ରେସନ କରିଥିବା ଜଣାପଡ଼ିଛି । ତେବେ ଏହା ବାହାର ଦେଶର ଲୋକଙ୍କ ପାଇଁ ଉପଲବ୍ଧ ହେବ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.