fbpx

T20 WC-2022 ରୋହିତଙ୍କୁ ଭେଟିବାକୁ ମଇଦାନ ଭିତରକୁ ପଶିଗଲେ ଫ୍ୟାନ୍: ଏବେ ଲାଗିବ ଫାଇନ୍

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ମ୍ୟାଚରେ ୭୧ ରନର ଏକ ବିଶାଳ ବିଜୟ ହାସଲ କରିଛଇ ଟିମ ଇଣ୍ଡିଆ । ଭାରତର ୧୮୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୧୧୫ ରନରେ ଅଟକି ଯାଇଛି ଜିମ୍ବାୱେ । ତେବେ ଏହି ମ୍ୟାଚରେ ଏକ ଘଟଣା ଦେଖିବାକୁ ମିଳିଛି । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଭେଟିବା ପାଇଁ ସୁରକ୍ଷା ବାଡ ଭାଙ୍ଗି ପଡିଆ ଭିତରକୁ ପଶି ଆସିଥିଲେ । ଯାହା ଏବେ ତାଙ୍କୁ ଖୁବ ମହଙ୍ଗା ପଡିଛି । ତାଙ୍କୁ ଉପରେ ଏକ ମୋଟା ଅଙ୍କର ଫାଇନ୍ ଲାଗୁ ହୋଇଛି ।

ଭାରତ-ଜିମ୍ବାୱେ ମଧ୍ୟରେ ଚାଲିଥିବା ମ୍ୟାଚରେ ଏହି ଘଟଣା ଦେଖିବାକୁ ମିଳିଛି । ଭାରତୀୟ ବୋଲିଂର ୧୭ତମ ଓଭରରେ ଏପରି କାରନାମା କରିଥିଲେ ଜଣେ ଯୁବ କ୍ରିକେଟ ପ୍ରେମୀ । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ଭେଟିବା ପାଇଁ ସୁରକ୍ଷା ବାଡ ଅତିକ୍ରମ କରି ପଡିଆ ଭିତରକୁ ଚାଲି ଆସିଥିଲେ । ନିଜ ଚେଷ୍ଟାରେ ସେ ସଫଳ ମଧ୍ୟ ହୋଇଛନ୍ତି । ନିଜର ଆଇଡଲ ରୋହିତଙ୍କୁ ପାଖରେ ପାଇ ଫ୍ୟାନଙ୍କ ଆଖରୁ ଲୁହ ଝରି ଯାଇଥିଲା । କିନ୍ତୁ ଏହି ସମୟରେ ସିକ୍ୟୁରିଟି ଗାର୍ଡ ସେଠାରେ ପହଞ୍ଚି ତାଙ୍କୁ କାବୁ କରି ନେଇଥିଲେ । ତେବେ ମଇଦାନରେ ପଶିଯିବାର ପରିଣାମ ଏବେ ଏହି ଫ୍ୟାନଙ୍କ ଉପରେ ମହଙ୍ଗା ପଡିଛି ।

ସୂଚନା ଅନୁସାରେ, ପଡିଆର ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗିବା ଅପରାଧରେ ଯୁବକଙ୍କୁ ଏବେ ପ୍ରାୟ ୧୧ ହଜାର ୯୫ ଡଲାର(ସାଢେ ୬ ଲକ୍ଷ ଟଙ୍କା)ର ଜରିମାନା ଲାଗୁ କରାଯାଇଛି । ଫ୍ୟାନଙ୍କ ଉପରେ ଲାଗୁ ହୋଇଥିବା ଏହି ଫାଇନ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡର ବଡ ସ୍କୋରବୋର୍ଡରେ ମଧ୍ୟ ଦେଖାଯାଇଥିଲା । ସୁପର-୧୨ରେ ୫ଟି ମ୍ୟାଚରୁ ୪ଟି ମ୍ୟାଚରେ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଏବେ ଆସନ୍ତା ୧୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ଫାଇନାଲ ଟିକେଟ ପାଇଁ ଲଢିବ ରୋହିତ ସେନା ।

Get real time updates directly on you device, subscribe now.