fbpx

Hockey Indiaର ବଡ଼ ଘୋଷଣା: ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କୁ ମିଳିବ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହକି ଖେଳାଳିଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ହକି ଖେଳାଳିଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଛି ହକି ଇଣ୍ଡିଆ । ଏଣିକି ପ୍ରତ୍ୟେକ ମ୍ୟାଚ ଜିତିବା ପରେ ଖେଳାଳିଙ୍କୁ ପ୍ରୋତ୍ସାହନ ରାଶି ମିଳିବ । ହକି ମ୍ୟାଚରେ ବିଜୟୀ ହେଲେ ପ୍ରତି ଖେଳାଳିଙ୍କୁ ୫୦ ହଜାର ଟଙ୍କା ମିଳିବ । ସେହିପରି ସପୋର୍ଟ ଷ୍ଟାଫକୁ ୨୫ ହଜାର ଟଙ୍କା ମିଳିବ ।

ତେବେ ଉଭୟ ଜାତୀୟ ପୁରୁଷ ଓ ମହିଳା ଖେଳାଳି ଏହି ପ୍ରୋତ୍ସାହନ ରାଶି ପାଇବେ । ବର୍ଷକର ସମୁଦାୟ ପ୍ରୋତ୍ସାହନ ରାଶି ଏକାଥରକେ ମିଳିବ । ଇଣ୍ଡିଆ ସଭାପତି ହେବା ପରେ ଦିଲ୍ଲୀପ ତିର୍କୀ ଏହି ବଡ଼ ଘୋଷଣା କରିଛନ୍ତି । ତେବେ ଏହି ଘୋଷଣା ଖେଳାଳିଙ୍କୁ ମାନସିକ ଭାବେ ସୁଦୃଢ଼ କରିବାରେ ସହାୟକ ହେବ । ଆସନ୍ତା ବର୍ଷ ଜାନୁଆରୀରେ ହକି ବିଶ୍ୱକପ ଓ ଏସିଆନ ଗେମ୍ସ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ଖେଳାଳିଙ୍କ ପ୍ରଦର୍ଶନକୁ ମଜବୁତ କରିବ । ଏଥିସହିତ ଏହି ପ୍ରୋତ୍ସାହନ ରାଶି ନୂଆ ଯୁବବର୍ଗଙ୍କୁ ହକି ପ୍ରତି ଆକୃଷ୍ଟ କରିବ ବୋଲି ଦିଲ୍ଲୀପ କହିଛନ୍ତି ।

ତେବେ ଏହି ବଡ଼ ଘୋଷଣା ପରେ ହକି ଇଣ୍ଡିଆର ସହ ସମ୍ପାଦକ ଭୋଲାନାଥ ସିଂହ କହିଛନ୍ତି, ହକି ଇଣ୍ଡିଆରର ଏହା ଏକ ଲ୍ୟାଣ୍ଡମାର୍କ ନିଷ୍ପତ୍ତି । ଏହା ଭାରତୀୟ ହକିକୁ କେବଳ ଆଗକୁ ନେବ ନାହିଁ, ନୂଆ ନୂଆ ଯୁବ ପ୍ରତିଭାଙ୍କୁ ହକି ପ୍ରତି ଆକୃଷ୍ଟ କରିବ । ହକି ଏକ ଆର୍ଥିକ ସ୍ୱଚ୍ଛଳ ଖେଳ ବୋଲି ସେମାନଙ୍କର ମନରେ ଧାରଣା ସୃଷ୍ଟି ହେବ । ଆଗକୁ ଭାରତୀୟ ଟିମ୍ ନିଜର ବିଜୟଯାତ୍ରା ଅବ୍ୟାହତ ରଖିବ । ସୂଚନାଯୋଗ୍ୟ ଯେ, ନିକଟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଥିଲା ।

Get real time updates directly on you device, subscribe now.