fbpx

ଅଟୋ-ଟ୍ୟାକ୍ସିରେ ଯାତ୍ରା କରିବା ଆହୁରି ହେବ ମହଙ୍ଗା, ଜାଣନ୍ତୁ କେତେ ବଢ଼ିବ ଭଡ଼ା?

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧି ଉପରେ ଅଙ୍କୁଶ ଲାଗିଥିଲେ ବି ଏବେବି ଲୋକମାନେ ଏଥିରେ ପ୍ରଭାବିତ ହେଉଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀବାସୀଙ୍କ ପାଇଁ ଆସିଛି ବଡ଼ ଖବର । ଯଦି ଆପଣ ଅଟୋ, ଟ୍ୟାକ୍ସିରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କ ପକେଟ୍ ଖାଲି ହୋଇପାରେ । କାହିଁକି ନା, ଅଟୋ, ରିକ୍ସା ଓ ଟ୍ୟାକ୍ସି ଡ୍ରାଇଭରମାନେ ଭଡ଼ା ବଢ଼ାଇବାକୁ ଦାବି କରୁଛନ୍ତି । ଏହାକୁ ନେଇ ଭଡ଼ା ସଂଶୋଧନ କମିଟି ଦିଲ୍ଲୀ ସରକାରଙ୍କୁ ନିବେଦନ କରିଛି । ଯଦି ସରକାର ତାଙ୍କ ସୁପାରିଶକୁ ଗ୍ରହଣ କରନ୍ତି, ତେବେ ଦିଲ୍ଲୀରେ ଅଟୋ, ରିକ୍ସା ଓ ଟ୍ୟାକ୍ସିର ଭଡ଼ା ବଢ଼ିଯିବ ।

ସୂଚନା ଅନୁଯାୟୀ, ଭଡା ସଂଶୋଧନ କମିଟି ଏହାର ସୁପାରିଶରେ ଭଡା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି । ଅଟୋ-ରିକ୍ସା ଏବଂ ଟ୍ୟାକ୍ସିର ଭଡାକୁ ସଂଶୋଧନ କରୁଥିବା ଦିଲ୍ଲୀ ସରକାରଙ୍କ ଏହି କମିଟି ତିନି ଚକିଆ ଯାନ ପାଇଁ କିଲୋମିଟର ପିଛା ୧ ଟଙ୍କା ଓ ଟ୍ୟାକ୍ସି ଭଡାରେ ୬୦ ପ୍ରତିଶତ ବୃଦ୍ଧି କରିବାକୁ ସୁପାରିଶ କରିଛି ।

ତେବେ ଇନ୍ଧନ ମୂଲ୍ୟ ବୃଦ୍ଧି ମଧ୍ୟରେ ଗତ ମାସରେ ଦିଲ୍ଲୀ ସରକାର ଅଟୋ ଏବଂ ଟ୍ୟାକ୍ସିର ଭଡା ସଂଶୋଧନ ପାଇଁ ଏକ କମିଟି ଗଠନ କରିଥିଲେ । ଏହି କମିଟି ଏହାର ରିପୋର୍ଟ ଦିଲ୍ଲୀ ସରକାରଙ୍କ ପରିବହନ ମନ୍ତ୍ରୀ କୈଲାଶ ଗେହଲୋତଙ୍କ ନିକଟରେ ଦାଖଲ କରିଛି । ସେ କହିଛନ୍ତି ଯେ, ଏହି ରିପୋର୍ଟରେ ଭଡା ବୃଦ୍ଧି କରିବାକୁ କମିଟି ସୁପାରିଶ କରିଛି । ରିପୋର୍ଟରେ ଦିଆଯାଇଥିବା ସୁପାରିଶଗୁଡିକ କ୍ୟାବିନେଟରେ ଆଲୋଚନା ହେବ ।

Get real time updates directly on you device, subscribe now.