ନୂଆଦିଲ୍ଲୀ: ଆତ୍ମହତ୍ୟା କରିବାକୁ ଯାଉଥିବାବେଳେ ମହିଳାଙ୍କୁ ଉଦ୍ଧାର କଲା ପୋଲିସ । ଶନିବାର ଫରିଦାବାଦ ପୋଲିସ ମେଟ୍ରୋ ଷ୍ଟେସନର ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି । ଏହା ସହ ସହ ଆତ୍ମହତ୍ୟା ନକରିବା ପାଇଁ ବୁଝାଇଛି ।
ଜୁଲାଇ ୨୪ ତାରିଖ ସନ୍ଧ୍ୟା ସାଢ଼େ ୬ ସମୟରେ ଫରିଦାବଦ ସେକ୍ଟର-୨୮ ମେଟ୍ରୋ ଷ୍ଟେସନଠାରେ ଜଣେ ମହିଳା ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ଘଟଣା ସମ୍ବନ୍ଧରେ ଖବର ପାଇ ପୋଲିସ ମହିଳାଙ୍କୁ ବଞ୍ଚାଇବା ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୋଲିସ ସବ୍ ଇନସ୍ପେକ୍ଟର ଧନ ପ୍ରକାଶ ଏବଂ କନେଷ୍ଟବଳ ସର୍ଫରାଜ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ସିଆଇଏସଏଫ କର୍ମୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ପ୍ରଥମେ ପୋଲିସ ତାଙ୍କ ସହ କଥା ହେବାକୁ ପ୍ରାୟସ କରିଥିଲେ । ଏହି ସମୟରେ ସର୍ଫରାଜ ବାଲକୋନୀର ଅନ୍ୟ ପାଶ୍ୱର୍ରୁ ଆସି ତାଙ୍କୁ ଧରିଥିଲେ ଏବଂ ଆତ୍ମହତ୍ୟା କରିବାରୁ ଅଟକାଇଥିଲେ ।
ତେବେ ମହିଳା ଜଣକ ନିଜ କାମକୁ ନେଇ ମାନସିକ ଅବସାଦରେ ଥିବା ଯୋଗୁଁ ଆତ୍ମହତ୍ୟା କରୁଥିଲେ ବୋଲି ବୟାନରେ କହିଛନ୍ତି । ତେବେ ପୋଲିସ ତାଙ୍କୁ ତାଙ୍କ ଅସୁବିଧା ପାଇଁ ଅନ୍ୟ ମାନଙ୍କ ସହ କଥା ହେବାକୁ କହିବା ସହ ତାଙ୍କୁ ଖୁସି ରହିବା ପାଇଁ ନିଜ ପରିବାର ଲୋକଙ୍କ ସହ କଥା ହେବା ଏବଂ ନିଜ ଖୁସି ପାଇଁ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତିି ।
ଅନ୍ୟପଟେ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ପୋଲିସର ଏହି ସାହାସିକତାକୁ ନେଇ ଏବେ ଖୁବ୍ ପ୍ରଶଂସା କରୁଛନ୍ତି ଲୋକେ ।
ऐसा #फ़िल्मों में भी नहीं होता।
जान देने पर अमादा #लड़की को जान हथेली पर रख कर बचाया।
जाँबाज़ #पुलिस कर्मी को बधाई। #कहो_ना_कहो pic.twitter.com/sPZ5bjkZOm
— People’s Police – Faridabad Police (@FBDPolice) July 24, 2021