fbpx
BJD SKY
BJD SKY

ବଡ ଖୁସି ଖବର: କୃଷକଙ୍କୁ ୬୦୦୦ ଜାଗାରେ ବର୍ଷକୁ ମିଳିବ ୧୨୦୦୦ ଟଙ୍କା: ଘୋଷଣା କଲେ ସରକାର

BJD

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପିଏମ୍ କିସାନ ଯୋଜନା ଦେଶର କୋଟି କୋଟି କୃଷକଙ୍କୁ ଖୁବ ସହାୟତା ଯୋଗାଇ ଦେଇଛି । କୃଷକଙ୍କୁ ଆର୍ଥିକ କ୍ଷେତ୍ରରେ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଚାଲୁ ରଖିଛନ୍ତି । କିନ୍ତୁ ବର୍ତ୍ତମାନ ଚାଷୀମାନଙ୍କ ପାଇଁ ଆଉ ଏକ ବଡ ଘୋଷଣା କରାଯାଇଛି । ଏଣିକି ବର୍ଷକୁ ୬୦୦୦ ପରିବର୍ତ୍ତେ ୧୨ ହଜାର ଟଙ୍କା ପାଇପାରିବେ କୃଷକ । ଏହି ଯୋଜନାକୁ ମନ୍ତ୍ରୀମଣ୍ଡଳର ବୈଠକରେ ମଞ୍ଜୁରୀ ମିଳିସାରିଛି ।

ତେବେ ଏହି ଆର୍ଥିକ ସହାୟତା କେବଳ ମହାରାଷ୍ଟ୍ରର କୃଷକମାନେ ପାଇପାରିବେ । ମହାରାଷ୍ଟ୍ର ସରକାର ରାଜ୍ୟର ଏକ କୋଟିରୁ ଅଧିକ କୃଷକଙ୍କୁ ବାର୍ଷିକ ଆକାରରେ ଆର୍ଥିକ ସହାୟତା ଯୋଗାଇ ଦେବେ । ଏ ନେଇ ମହାରାଷ୍ଟ୍ର ସରକାର ଏ ନୂଆ ଯୋଜନା ‘ନମୋ ଶେତକରୀ ମହାସମ୍ମାନ ଯୋଜନା’ ଆଣିଛନ୍ତି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀମଣ୍ଡଳ ବୈଠକରେ ଏହି ଯୋଜନାକୁ ଅନୁମୋଦନ ମିଳିସାରିଛି । ଏହାପରେ କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପିଏମ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କେନ୍ଦ୍ରରୁ ମିଳୁଥିବା ୬୦୦୦ ଟଙ୍କା ବ୍ୟତୀତ ଏହି ଟଙ୍କା କୃଷକମାନଙ୍କୁ ପ୍ରଦାନ କରାଯିବ । ଅର୍ଥାତ ଏଠାକାର କୃଷକମାନେ ଉଭୟ ଯୋଜନାରେ ଆର୍ଥିକ ସହାୟତା ହାସଲ କରିପାରିବେ । ରାଜ୍ୟ ସରକାରଙ୍କର ଏହି ନୂଆ ଯୋଜନାରେ ରାଜ୍ୟର ଏକ କୋଟିରୁ ଅଧିକ ଚାଷୀ ଲାଭବାନ ହୋଇପାରିବେ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ।

Get real time updates directly on you device, subscribe now.