fbpx

ପୁଣି ବଢିଲା ଫାରୁକ୍ ଅବଦୁଲ୍ଲାଙ୍କ ଆଡ଼ୁଆ, ଇଡି ନିକଟରେ ହାଜର ହେବାକୁ ନୋଟିସ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲାଙ୍କୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ତାଙ୍କ ବିରୋଧରେ କଥିତ ମନି ଲଣ୍ଡରିଂ ମାମଲାରେ ପଚରାଉଚାର କରିବା ପାଇଁ ତାଙ୍କୁ ଡାକିିଛି। ଏହା ପୁର୍ବରୁ ଇଡି ଅବଦୁଲ୍ଲାଙ୍କୁ ୧୨ କୋଟି ଟଙ୍କାର ସମ୍ପତ୍ତି ଠାବ କରିବା ମାମଲାରେ ନୋଟିସ କରିଥିଲା। ସୂଚନା ମୁତାବକ ପ୍ରଅୟ ୯୪ କୋଟି ଟଙ୍କାର ହେରଫେର୍ ମାମାଲରେ ଇଡି ଅବଦୁଲ୍ଲଙ୍କୁ ପଚରାଉଚରା କରିବ।

ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ ୩୧ ତାରିଖରେ ଶ୍ରୀନଗରସ୍ଥିତ କାର୍ଯୟାଳୟରେ ପଚରାଉଚରା ପାଇଁ ଡାକିଛି। ୨୦୨୨ ଡିସେମ୍ବର ରେ ଇଡି ଜାରି କରିଥିବା ନୋଟିସ ବିରୁଦ୍ଧରେ ଅବଦୁଲ୍ଲା ଜାମ୍ମୁ ଏବଂ କାଶ୍ମୀର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ଇଡି ଅଭିଯୋଗ କରିଥିଲା ଯେ, ଜାମ୍ମୁ ଏବଂ କାଶ୍ମୀର କ୍ରିକେଟ ଅଧ୍ୟକ୍ଷ ଭାବରେ ସେ ତାଙ୍କ ପଦର ଦୂରୁପଯୋଗ କରିଥିଲେ।

ଆରୋପ ଲାଗିଥିଲା ଯେ ୨୦୦୧ରୁ ୨୦୧୧ ମଧ୍ୟରେ ଅନେକ ନୂତନ ନିଯୁକ୍ତି କରାଯାଇଥିଲା। ଯେପରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପାଖରୁ ଅଧିକ ଅର୍ଥ ହାସଲ କରାଯାଇପାରିବ। ଅବଦୁଲ୍ଲା କହିଛନ୍ତି ଯେ ଇଡି ଦ୍ୱାରା ସଂଲଗ୍ନ ହୋଇଥିବା ସମ୍ପତ୍ତି ଅପରାଧିକ କାର୍ଯ୍ୟକଳାପ ସହିତ ଜଡିତ ନୁହେଁ। ସେହି ସମୟ ମଧ୍ୟରେ ତାଙ୍କର ମୌଳିକ ଅଧିକାରର ଉଲ୍ଲଂଘନ କରିଥିବା ଅଭିଯୋଗ କରିଥିଲେ।

 

 

 

 

 

 

 

 

 

 

 

Get real time updates directly on you device, subscribe now.